STORYMIRROR

Gayatri Sahoo

Tragedy

3  

Gayatri Sahoo

Tragedy

ମୁଁ ହାଟ ବାହୁଡ଼ା

ମୁଁ ହାଟ ବାହୁଡ଼ା

1 min
249

ସୁଖ ତ ସାଜିଛି ସପତଣୀ ଏଠି 

ପଡେନି ସାଥେ ତା ମେଳ

ଦୁଃଖ ମୋ ପ୍ରେମିକ କରେ ଭାରି ପ୍ରେମ 

ଭାବ ଅଟେ ଅନାବିଳ।।

ସୁଖ ହାଟେ ଗଲି ସଉଦା ସକାଶେ 

ଆକାଶ ଛୁଆଁ ଥିଲା ଦର 

ଦୁଃଖ ବଜାରରେ ଲାଗିଥିଲା ଭିଡ଼ 

ଶେଷ ନଥିଲା ସେ ଧାଡ଼ିର।।

ଦୋକାନୀକୁ ଯେବେ ପଚାରି ବୁଝିଲି 

ସୁଖ ପରିବାର ମୂଲ୍ୟ 

ଦୋକାନୀ କହିଲା ତୁମ ଟଙ୍କା ହେବ ନାହିଁ 

ଏହି ପରିବା ର ତୁଲ୍ୟ ।।

କାନ ମୁଣ୍ଡା ଆଉଁସି ପଛକୁ ଚାହିଁଲି 

ଦୁଃଖ କଷ୍ଟ ଙ୍କର ଲାଗିଥିଲା ବୋଲି

ଏତେ ଶସ୍ତା ଥିଲା ଦର ଯେ ତାଙ୍କର 

ବ୍ୟାଗ୍ ମୋର ପୂର୍ଣ୍ଣ କଲି ।।

ପଚା ହେଲେ ହେଉ ହେଇଥାଉ ନଷ୍ଟ 

ଛାଡେ ନାହିଁ ଜମା ପାଖ 

ଜୀବନ ନାଆଟା ଚାଲିବା ଦରକାର୍ 

ସୁଖ ହେଉ ଅବା ଦୁଃଖ ।।

ସୁଖ ମରୁଭୂମି ବାଲି ରୁଆ ପରି 

ଅବଧି ତା ଭାରି ଛୋଟ 

ଦୁଃଖ ଯେ ଲୁଣିଆ ସମୁଦ୍ରର ପାଣି 

ବାର ବାର ହୁଏ ଭେଟ।।

ମୁଁ ହାଟ ବାହୁଡ଼ା ବାଟେ ଭାବୁଥିଲି

ସୁଖର ସଉଦା କଥା 

ଏତେ ଯେ ମହଙ୍ଗା ପାରିଲିନି କିଣି 

ମନେ ହେଲା ବଡ଼ ବ୍ୟଥା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy