STORYMIRROR

Satyabati Swain

Tragedy

3  

Satyabati Swain

Tragedy

ଶୈଶବର ସ୍ୱର

ଶୈଶବର ସ୍ୱର

3 mins
336

ଏହା ଭିତରେ ଆଉ ଜଣେ ନୂଆ ଅତିଥି ହୋଇ ମୋର ଭାଇ କି ଭଉଣୀଟିଏ ଆମ ଘରକୁ ଆସିବାର ଥିଲା। ବାବା ଏବେ ମାମାଙ୍କ ପାଖେ ପାଖେ ରହୁଛନ୍ତି।ତାଙ୍କ ଖାଇବା ,ଶୋଇବା ଦାୟିତ୍ୱ ବି ଭଲ ଭାବେ ବୁଝୁଛନ୍ତି।ମୁଁ ସମ୍ପୂର୍ଣ୍ଣ ଆଡ଼ ହୋଇ ଆୟା ଓ ଜେଜେଙ୍କ ପାଖେ ରହି ଯାଉଛି।ଦିନେ ଦିନେ ବାବା ଥରେ ହେଲେ ମୋତେ ଗେଲ କରିବାକୁ ସମୟ ପାଆନ୍ତି ନାହିଁ।ଭାରି କଷ୍ଟ ଲାଗେ। ମୋର ଭଉଣୀଟିଏ ହେଲା।ଘରେ ଖୁବ୍ ଆନନ୍ଦ।ମୋ ଆନନ୍ଦ କହିଲେ ନ ସରେ।ମୁଁ ସବୁବେଳେ ଜଗି ବସେ ମୋ କୁନି ଭଉଣୀକୁ ।ମାମା ଛୁଟିରେ ଥାଆନ୍ତି ମୋ କୁନି ଭଉଣୀ ପାଇଁ। ସେ ଦିନ ରାତି ଘରେ ରୁହନ୍ତି ବୋଲି ମୋତେ ଖୁସି ଲାଗେ। ମୁଁ ମୋ ଭଉଣୀର କୁନି ଆଙ୍ଗୁଠି,ହାତ,ମୁହଁରେ ହାତ ମାରେ।ଗେଲ କରେ।ହୁଁ ହୁଁ ହୋଇ ଗୀତ ବୋଲେ।ଆ ଆ କାଉକୁ ଡାକେ। ମାମା ମୋ ହାତ ଛିଞ୍ଚାଡି ଦେଇ କୁହନ୍ତି ଇନଫେକ୍ସନ୍ ହୋଇଯିବ; ଏଣୁ ତେଣୁ କି ଅପରିଷ୍କାର ହାତ ଆଣି ଲଗାଉଛି ମୋ ଝିଅ ଦେହରେ ! ଟିକେ ମୋ କୁନି ଭଉଣୀକୁ ଛୁଇଁବି ବୋଲି ଦିନକୁ ବାର ବାର ସାବୁନ ଲଗାଇ ହାତ ସଫା କରି କୁହେ "ଦେଖ ମାମା ମୋ ହାତ ପୁରା ସଫା। ଏବେ ତ ମୁଁ ମୋ କୁନି ଭଉଣୀକୁ ଛୁଇଁ ପାରିବି !" ଯେତେ ସଫା ହେଲେ ବି ମୋତେ ମାମା ମୋ ଭଉଣୀକୁ ଛୁଆଁଇ ଦିଅନ୍ତି ନାହିଁ।ମାନସିକ ସ୍ତ୍ରରରେ ଖୁବ ଆଘାତ ଲାଗେ ମୋତେ।ଓଦା ହୋଇ ହୋଇ ଜ୍ବର ବି ହୋଇଯାଏ । ଏକୋଇଶିଆ ଦିନ ମୋ କୁନି ଭଉଣୀ ନାଁ ଦିଆଗଲା ଜ୍ୟୋତି।ମୁଁ କିନ୍ତୁ ଡାକିଲି ଖୁସି।

ଖୁସି ବଡ଼ ହେଉଥିଲା ଓ ମୋର କ୍ଳାସ ବଢିବା ସହ ବୁଦ୍ଧି ବି ହେଉଥିଲା।ମାମାଙ୍କ ଖୁସି ପାଇଁ ସ୍ନେହ ମମତା ଦେଖି ଯେତିକି ଖୁସି ଲାଗୁଥିଲା ସେତିକି ଆଶ୍ଚର୍ଯ୍ୟ ବି ଲାଗୁଥିଲା।ଯାହା ଖୁସିକୁ ମିଳୁଛି ମୋତେ ମିଳୁ ନଥିଲା କାହିଁକି? ଏବେ ବାବାଙ୍କ ସ୍ନେହ ବି ଖୁସି ପାଇଁ ଥିଲା।ମୋତେ ଘରେ ଅଣନିଃଶ୍ଵାସୀ ବୋଧ ହେଲା।ଖୁସି ବି ମୋତେ ତା କୁନି କୁନି ହାତରେ ଖେଳିବା ପରିବର୍ତ୍ତେ ମାରିବାକୁ ଲାଗିଲା। ମାମା ସବୁ ଜାଣି ବି ଖୁସିକୁ ଆକଟ ନ କରି ବରଂ ହସିଦେଇ କୁହନ୍ତି ଛୁଆଟା।ମୁଁ ଟିକେ କିଛି କଲେ ଏଡ଼େ ବଡ଼ ପିଲା ହେଲୁଣି ବୁଦ୍ଧି ହେଉନି କହି ଯାହା ହାତରେ ପଡେ ପିଟି ଦିଅନ୍ତି । ଏ କେମିତିକା ଘର ! କିପରି ମାମା ! ମୋତେ ଆଉ ଘର ଭଲ ଲାଗିଲାନି।ଏଣୁ ବୋଡିଂ ସ୍କୁଲରେ ପଢିବା ପାଇଁ ବାବାଙ୍କୁ କହି ଆଡ଼ମିଶନ ନେଇ ଗଲି।

ବୋଡିଂ ସ୍କୁଲ ମୋ ଘର ହୋଇଗଲା।ମାତ୍ର ଆଠ ବର୍ଷ ବୟସରେ ମୁଁ ହେଲି ଗୃହତ୍ୟାଗୀ। ବାବା ମାସ ଶେଷ ସନ୍ ଡେ ରେ ମୋତେ ଦେଖା କରିବାକୁ ଆସନ୍ତି । ଏହି ଦିନ ପ୍ରତ୍ୟେକ ଗାଡ଼ିଆନ ତାଙ୍କ ପିଲାଙ୍କୁ ଦେଖା କରିବା ନିର୍ଦ୍ଧାରିତ ଦିନ।ବାବା ମୋତେ ଆଣ୍ଠେଇ ପଡ଼ି ଛାତିରେ ଚାପି ଧରନ୍ତି।ତାଙ୍କ ତତଲା ନିଃଶ୍ବାସ ମୋତେ ପୋଡି ପକାଏ।ମୁଁ ଛଟପଟ ହୋଇ ମୁକ୍ତି ପାଇବାକୁ ଚାହେଁ।ବାବା କରୁଣ ଆଖିରେ ମୋତେ ଚାହାନ୍ତି।ତାଙ୍କ ଆଖି ହତାଶା ଓ ଅସହାୟତାରେ ଓଦା ହୋଇଯାଏ। ସେଦିନ ବାବା ମୋତେ ସପିଙ୍ଗ୍ ମଲ୍ ନେଇ ଯାଆନ୍ତି।କଣ ନେବୁ ପଚାରନ୍ତି।ମୁଁ ଖୁସି ପାଇଁ ଡଲ୍ ଟିଏ ଆଣେ।ବାବା କାନ୍ଦ କାନ୍ଦ ହୋଇଯାନ୍ତି।ମୋ ପସନ୍ଦର ଚକଲେଟ୍, ବିସ୍କୁଟ, ମିକ୍ସଚର ଓ କିଛି ଡ୍ରାଏ ଫଡୁସ୍ କିଣି ଦେଇ ଯାଆନ୍ତି ଏକ ମାସ ପାଇଁ। ବହୁତ ଖୋଜୁଥିଲି, ଝୁରୁଥିଲି ଘର,ଖୁସି,ମାମା,ଓ ଜେଜେଙ୍କୁ ପ୍ରଥମେ ପ୍ରଥମେ।ଏବେ ସେ ସବୁ ନାହିଁ।ବୋଡିଂରେ ଅନେକ ବନ୍ଧୁ ପାଇ ଯାଇଛି। ୱାଡେନ୍ ଖୁବ୍ ସ୍ନେହ କରନ୍ତି ମୋତେ। ଅନ୍ୟ ପିଲା ମାନଙ୍କଠାରୁ ଯଥେଷ୍ଟ ଚୁପ୍ ଚାପ୍, ଶାନ୍ତ ସ୍ଵଭାବ ମୋର ସମସ୍ତଙ୍କ ଭଲ ପାଇବାର ଆଧାର ହୋଇଯାଏ।ପିଲାଠୁ ସାର୍ ସଭିଙ୍କର ମୁଁ ପ୍ରିୟ ଅଂଶୁ ଦ ବେଷ୍ଟ୍ ବଏ । ପାଠ ଶାଠ ସବୁଥିରେ ଧୁରିଣ।ଚିତ୍ର ଆଙ୍କିବା ମୋର ସଉକ।ମୁଁ ମଡ଼ର୍ଣ୍ଣ ସଂକେତ ଧର୍ମୀ ଚିତ୍ର ଆଙ୍କେ।ଯେଉଁଥିରେ ଢାଳି ଦେଇଥାଏ ମୋ ଶୈଶବର ଭୋଗିଥିବା ଭାଗର ଜୀବନ। ସବୁ ଚିତ୍ର କିନ୍ତୁ ମାମା କୁ ନେଇ। ଛୁଟିରେ ସମସ୍ତେ ଘରକୁ ଯାଆନ୍ତି କିନ୍ତୁ ମୁଁ ଯିବାକୁ ଇଚ୍ଛା କରେନି।ସେଇଥିପାଇଁ ବାବା ମୋତେ ନେଇ ମୋ ପିୟୁସି ନାନୀ ଘରେ ଛାଡ଼ି ଦିଅନ୍ତି।ପିୟୁସି ଝିଅ ଟିନା ମୋତେ ଖୁବ୍ ଭଲ ଲାଗେ।ତା ସହ ଲାଗିଲେ କି ସାଙ୍ଗ ହେଲେ ମାମା ପରି ପିୟୁସି ନାନୀ ବିରକ୍ତ ହୁଅନ୍ତି ନାହିଁ କି ମାରନ୍ତି ନାହିଁ।ବରଂ ଖୁସି ହୁଅନ୍ତି ଯେ ଟିନାକୁ ଭାଇ ସାଙ୍ଗ ମିଳୁଛି ବୋଲି। ସମୟ ଦୌଡୁଥାଏ। ତା ସହ ପ୍ରତିଯୋଗିତା କରି ମୋ ବୟସ ବଢୁଥାଏ।କୈଶୋର ଲାଞ୍ଚ ଦେଇ ବୟସ ମୋ ଠାରୁ ମୋ ଶୈଶବ ଛଡେଇ ନେଲା। ମୋ ମନରେ କିଛି ବିସ୍ମୟ ଓ ଜିଜ୍ଞାସାର ପ୍ରଶ୍ନ ମୋତେ ଆହୁରି ଚୁପ୍ ଓ ଏକା କରେଇ ଦେଉଥିଲେ।


Rate this content
Log in

Similar oriya poem from Tragedy