STORYMIRROR

Suresh chandra Padhy

Tragedy

4  

Suresh chandra Padhy

Tragedy

ଆମରେ ଚଷା ପୁଅ

ଆମରେ ଚଷା ପୁଅ

1 min
36


ଆମେରେ ଚଷା ପୁଅ କେତେ ଶ୍ରମ ଆମେ କରୁ

ଦିନ ସାରା ବିଲ କୁ ଯାଇ ପୁଣି ଆମେ ବିଶ୍ରାମ ଲୋଡୁ

ଶାଗ ପଖାଳ ଖାଇ କେତେ ଖୁସି ରେ ଦିନ ବିତେ

ଲୋଡ଼ା ନାହିଁ ଆମ ରାଜ ଉଆସ ବିଲ ରେ ଆମ ଦିନ କଟେ

ଜୀବନ ସାରା ଜଗତ ପାଇଁ ଯୋଗାଇ ଦେଲୁ ଅନ୍ନ

ତଥାପି ଆମେ ଦୁଃଖ କରୁନା ସେବା ହିଁ ଆମ ଧର୍ମ

ଝାଟି ମାଟି ଘରେ କେତେ ଶାନ୍ତି ସୁଖ ମିଳେ 

ସୁରୁଜ ଉଦୟ ଆମେ ରେ ଦେଖୁ ଫେରୁ ସଂଜ ବେଳେ

ମାଟିର ମଣିଷ ଆମେ ରେ ଭାଇ ପାଣି କାଦୁଅ ରେ ବିତେ ଦିନ

ଯାହା ମିଳେ ଆମକୁ ଖୁସି ରେ ଖାଉ ଖାଦ୍ୟ ଆମ ଜୀବନ

ଗୋ ମାତା ଙ୍କୁ ସାଙ୍ଗରେ ନେଇ ନୀତି ଯାଉ କ୍ଷେତ କୁ

ଦିନ ଆମ ବିତେ ସେଇଠି ଡର ନାହିଁ ଆମ ଝଡ଼ ବତାସକୁ

ପଖାଳ ସାଥେ ନନା ବ୍ୟଞ୍ଜନ କୁ ସଜାଇ ଖାଉ

ମୁଣ୍ଡ ଝାଳ ତୁଣ୍ଡେ ମାରି ସଂସାର କୁ ଆହାର ଯୋଗାଉ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy