STORYMIRROR

Kalpana Satpathy

Tragedy Inspirational

4  

Kalpana Satpathy

Tragedy Inspirational

ଭାବିବା ମନା

ଭାବିବା ମନା

1 min
34

ସତରେ କ'ଣ ଏଠି ନାରୀ ପାଇଛି ମୁକତି

ତା ଭାବନାର ବୁକୁ ଚିରି କହିପାରିଛି

ହୃଦୟ ର କଥା, କାହିଁକି ନା ଏଠି

ଭାବିବା ମନା, ପ୍ରତି ମୁହୂର୍ତ୍ତରେ ଜୀବନ

ଏଠି ବିପନ୍ନ, ନାରୀଟିଏ ବି ନୁହେଁ ସୁରକ୍ଷିତ

ଫୁଲ ପରି ବି ଝଡିପଡୁଛି ଅବେଳରେ

ପାଲଟିଯାଉଛି ବି ସ୍ଥାଣୁ, ସ୍ବାଧୀନ ଭାରତରେ।

କହିବାର ସତ୍ ସାହସ ସଞ୍ଚୟ କରିଛି ମନରେ

ହେଲେ ଭାବିବା ଆଗରୁ ବି ଲିଭି ଯାଉଛି

ଜୀବନ ଦୀପ, ଖାଲି ଦୃଶ୍ୟମାନ ହେଉଛି

ନାରୀ ଜାଗରଣ ର ସ୍ବର ତଥାପି କାହିଁକି ଏମିତି

ଘଟଣା ଘଟୁଛି ସମୟର ସ୍ରୋତରେ

ନା କହି ହେଉଛି ନା ସହି ହେଉଛି

ସବୁ ଚାଲିଯାଉଛି ସମୟର ଚକ୍ରବ୍ୟୁହରେ।

ନାରୀ ଶକ୍ତି ର ବଳୟ ଅମାପ, ହେଲେ

ଆଜି ବି ନାରୀର ସମ୍ମାନ ହେଉଛି କ୍ଷୁର୍ଣ୍ଣ

ଵିନା ସାହାରା ରେ ବି ନାବ ଆଶାରେ

ପାଉଛି ଧୋକା କାହିଁକି ନା ଭାବିଵା ମନା 

ଏଠି ନିତି ଚାଲେ ଶୋଷଣରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy