STORYMIRROR

Padmini Parida

Tragedy

3  

Padmini Parida

Tragedy

ଅନାଥ

ଅନାଥ

1 min
203

ନାହିଁ ମୋର କେହି ନାଥ

ତେଣୁ ମୁଁ ଅନାଥ।

ବେଦନା ଅନାହାରେ

ନୟନୁ ଗଢେ ମୋ ଆଶ୍ରୁଧାର ।

ମୁଁ ଭୋକିଲାର ଭୋକ

ଦୁଃଖ ଜୀବନ ଖାଲି ମୋର।

କେହି ନ କରନ୍ତି ଦୟା

ନଥାଏ ମୋ ପ୍ରତି କାହାରି ମାୟା।

ଜୀବନ ଅନାଥ ର କ୍ଲାନ୍ତି

ମୂର୍ତ୍ୟୁଚିନ୍ତା ନଥାଏ ଶାନ୍ତି।

ଭୋକ ବହୁତ ନିଷ୍ଟୁର

ସେ ନମାନେ କିଛି ।

ପେଟ ପୁରା ନାହିଁ ଭର୍ତ୍ତି

ମନ ନାହିଁ ଫୁର୍ତ୍ତି।

ମନରେ ଖାଲି ଭାବ ମହାନ୍

ଲୋକ ଦେଖାଇବା ଦାନ।

ଅନାଥ ପାଇଁ ଯୁକ୍ତି

ଖାଲି କେତେଗୁଡ଼ାଏ ଉକ୍ତି।

ଈଶ୍ୱର କାହିଁକି ଖେଳ

ଅନାଥର ଏମିତି କାଳ।

ହୃଦ ବିତାରିତ ମୋର

ବୋହିଯାଏ ଅଶ୍ରୁଧାର

ସଭ୍ୟସମାଜର ସ୍ବାର୍ଥଚିନ୍ତାରେ

ମୁଁ ଅନାଥ ପେଶି ହୁଏ ସବୁକ୍ଷଣ।

ଅନାଥ ମନୁଷ୍ୟ ର ଭଗ୍ନ, ଅନାହସେ

ବିଚାର ଆଉ ଯୁକ୍ତି ।

ସ୍ବପ୍ନ ଶେଷ, ଅ ଶାନ୍ତି ଗ୍ରସ୍ତ

ମୁଁ ଅନାଥ ମୂର୍ତ୍ୟୁର ପାଖେ ନିର୍ଯାତିତ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy