STORYMIRROR

Aparti Charan Sethi

Tragedy

3  

Aparti Charan Sethi

Tragedy

ଜୀବନକୁ ପ୍ରଶ୍ନ

ଜୀବନକୁ ପ୍ରଶ୍ନ

1 min
163

ହେ ବନ୍ଧୁ 

ଚାଲିବାକୁ ହେବ ଧୀରେ ଧୀରେ 

ଆଜି ଏଇ ଅମଡ଼ା ବାଟରେ 

ରାସ୍ତା ପୁଣି ଅବଶ୍ୟ ଖସଡ଼ା 

ପଡିଯିବାର ଅଛି ପୁଣି

ବହୁ ସମ୍ଭାବନା।।

 ହେ ଜୀବନ---!!

କହିକି ପାରିବ ଥରେ 

ବାଟ ଛାଡି ଅବାଟରେ-

ଚାଲିବାରମାନେ କ'ଣ ହୋଇପାରେ?

ବୋଧେ ତୁମେ କହିପାରିବନି।

କାହିଁକି ନା  

ତୁମେ ପରା ନିଜେ ଗୋଟେ ପ୍ରଶ୍ନ !!

ହଁ ଏହା ଯେ ନିଶ୍ଚିତ

ପ୍ରଶ୍ନଟିକୁ ପ୍ରଶ୍ନ କଲେ 

ଉତ୍ତରଟି କିବା ମିଳିପାରେ ??

ହଁ ଯିବ ଯଦି ଯାଅ ଏଇ ବାଟେ  

ତୁମକୁ ମୁଁ କରୁନାହିଁ ମନା !!!!

ହେଲେ ଦେଖେଇବାକୁ ହେବ

ସଙ୍ଗରେ ଆଣିଥିବା-

ମୃତ୍ୟୁ ଠାରୁ ଅନୁମତି ପତ୍ର।

ଯେଉଁଥିରେ ଠିକଣାଟା -

ତୁମ ଲେଖାଥିବ 

ଆଧାର କି ପଡ଼ି କାର୍ଡ-

ନ ଦେଲେ ଚଳିବ ।

ହଁ ଯଦି ତୁମେ କର କୁଣ୍ଠାବୋଧ 

ଦେବା ପାଇଁ ତୁମରି ଠିକଣା 

ତା'ବଦଳେ କରିବାକୁ ହେବ

ମୋ ସହ ଏକ ଚୁକ୍ତିନାମା।

ନଚେତ୍----ଆଗକୁ ଯିବାର

କେବେ ଉଠୁନାହିଁ ପ୍ରଶ୍ନ !!

କାରଣ କେତେବେଳେ କାହାର ବା

କ‌ଅଣ ଘଟିବ

କାହାକୁ ତ କିଛି ଜଣାନାହିଁ।।

ମୁଁ ଠାରୁ ମୁଁର ଦୂରତା ।।

ଗ୍ୟାରେଣ୍ଟି ବି ଥାଇପାରେ

ସାମାନ୍ୟ ପେନ୍‌ଟିର 

ମାତ୍ର ଭରଷା କି ଅଛି ଏହି

ଦାମୀ ଜୀବନର????

ତେଣୁ ବନ୍ଧୁ  

ପୁରା କରିବାକୁ ଆର ପଦୁଟିଏ

ଏହି ମୋର କବିତାର୍

ହେଇପାରେ ନିଃଶ୍ୱାସ ନିଅଣ୍ଟ 

ପାଉନି ବି ଟିକିଏ ବିଶ୍ୱାସ 

ପ୍ରେମ ମାପ ହୁଏ ଯେତେବେଳେ 

ଚାରିହାତି ମିଟର ଫିତାରେ‌ 

ତେଣୁ ମୁଁ ଯେ ନିରୁପାୟ ଜୀବ।

ଏଠି ଵରାଟିଏ କିଣ 

ହେଲେ ଭଲମନ୍ଦ ଅବଶ୍ୟ ଚାଖିବ 

ଆଉ ଖାଇବା ପୂର୍ବରୁ

ମୂଲ୍‌ଚାଲ ନିଶ୍ଚୟ କରିବ।

କାହିଁକି ନା....

ନିରୀହ ବିଶ୍ଵାସଗୁଡା ପରା

କେବେ ଠାରୁ ଯାଇଛନ୍ତି ମରି 

ପୁଣି ଭରସା ଯେତେକ

ପାଚିଲା ତେଲ କଡେଇରେ

ଯାଇଛନ୍ତି ଜଳି....।।

ତେଣୁ ହେ ପ୍ରିୟ ଜୀବନ 

କାହିଁକି ନୀରବ ତୁମେ ??

କି ଅବା ଭାବୁଛ ହୃଦରେ !!

ମୁଁ ବୋଧେ ପଚାରୁଛି ଅବାନ୍ତର‌ ପ୍ରଶ୍ନ !

କେବେ ନୁହେଁ ବନ୍ଧୁ କେବେ ନୁହେଁ 

ଏବେ ନିଜକୁ ପଚାର  

ମିଳିଯିବ ନିଶ୍ଚୟ ଉତ୍ତର 

ପ୍ରଶ୍ନ କରୁଥିବା ଜଣକ କିଏ?

ମୁଁ ପରା ସିଏ--

ଯିଏ ତୁମ ଦେହେ ଥାଏ 

ତୁମରି ଆତ୍ମା ପରା 

ତୁମରି ପ୍ରିୟ ଆତ୍ମନ୍ 

ତୁମରି ଆତ୍ମନ୍....।।।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy