ପ୍ରଚ୍ଛଦ ସତ୍ୟ
ପ୍ରଚ୍ଛଦ ସତ୍ୟ
ମନପକ୍ଷୀ ଉଠିଯାଏ
ଏ ଡାଳୁ ସେ ଡାଳ
ଜୀବନର ସେ
ଯେଉଁ ପାଵଚ୍ଛରେ ।
ଥାଏ ସେ ଅତି
ନିରୀହ ଶାନ୍ତ ସ୍ୱଚ୍ଛ
ଉଡିଚାଲେ କାହିଁ
କେତେ ଦୂର ସ୍ୱଇଚ୍ଛାରେ
ସ୍ୱଜନେ ଛାଡି
ଦୁଃଖକୁ ପାଶୋରି
ବସା କରେ କେଉଁ
ଅଜଣା ମନରେ ।
ପୁରୁଣା ଅଭୁଲା
ସ୍ମୃତିରୁ ଓହରି
ନବୀନ ଆଶାକୁ ସାଉଁଟେ
ଆପଣା ଜନରେ ।
ମଜ୍ଜିଯାଏ ହଜିଯାଏ କାହା
ଅଜଣା ରାଇଜେ
ଅଗଣିତ ବର୍ଷ ଗଢି
ଜୀବନ ସ୍ୱପ୍ନେ ଭିଜେ।
ସ୍ୱଆତ୍ମା ଆକାଂକ୍ଷାର
ଶରୀରକୁ ହଜାଇ
କର୍ତ୍ତବ୍ୟର ଅସରନ୍ତି
ସଂଘର୍ଷେ ମନକୁ ଭୁଲାଇ।
ସବୁ ସ୍ୱପ୍ନର ତାରା
ଅଦୃଶ୍ୟ ରହିଯାଏ ଦୁରେ ।
ନିରବ ବେଦନାର
ସଞ୍ଜୁଆ ଅନ୍ଧକାରେ।
ଆବିଷ୍କାରେ ସ୍ଥିତି ନିଜସ୍ୱ
ଦଶନ୍ଧି ଗତେ
ଅଜଣା ପୁସ୍ତକ ସମ
ସମୟ ସେ ଅତିତେ ।
ମିଶ୍ରିତ କାଳ ସମିରଣେ
ଅନେକଙ୍କ ଇଛା ପୂର୍ତ୍ତିରେ
ଅନ୍ତରର ବାଣୀ ସ୍ଫୁରେ
ଧରିରଖିଥାନ୍ତି ହେଲେ...
ନିଜ ପାଇଁ କିଛିଟା ମୂହୁର୍ତ୍ତ ।
କିନ୍ତୁ ଏଇ ତ ଜୀବନ ଏ ସମାଜେ ସାମାନ୍ୟ ଗୃହିଣୀର .....
