STORYMIRROR

Debabrata Mishra

Tragedy

3  

Debabrata Mishra

Tragedy

ବାଧ୍ୟ କରୁ କାହିଁ କାନ୍ଦିବାକୁ

ବାଧ୍ୟ କରୁ କାହିଁ କାନ୍ଦିବାକୁ

1 min
157

ସୁସ୍ଥ ଶରୀର ଦେଲୁରେ ଜଗା

ଦେଲୁ ନାହିଁ କେବେ ଖେଳିବାକୁ

ଓଠ ଦେଲୁ ସିନା କଥାପାଇଁ

ଦେଲୁନାହିଁ ସତ କଥା କହିବାକୁ

ବଞ୍ଚିବାକୁ ବାଧ୍ୟ କଲୁ ବାରମ୍ବାର

ଇଚ୍ଛା ଦେଲୁ ଯେତେ ସବୁ ମାରିବାକୁ

ମଲା ମନଟିଏ ଦେଇଛୁ କାହିଁକି

ବାଧ୍ୟକରୁ କାହିଁ କାନ୍ଦିବାକୁ..? 


ଅଭାବ ଦେଲୁ ଅଶାନ୍ତି ଦେଲୁ

ବିବେକ ଦେଇଛୁ କ'ଣ ଜଳିବାକୁ

ସ୍ୱାଭିମାନ ଟିକେ ଦେଲୁ ବୋଲି

ସୁଯୋଗ ଦେଲୁନୁ ଟିକେ ହସିବାକୁ

କେମିତି ବା ମିଛେ ହସିବି କହରେ

ହାତ ନାହିଁ ମୋର ଲୁହ ପୋଛିବାକୁ

କେତେଥର ଲୁଚେଇବି ଆଖି ଲୁହ 

ବାଧ୍ୟ କରୁ କାହିଁ କାନ୍ଦିବାକୁ...? 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy