ମୃତ୍ୟୁ ସାଜିଲା ମୋ ଭାଗ୍ୟ
ମୃତ୍ୟୁ ସାଜିଲା ମୋ ଭାଗ୍ୟ
ଲୁହର ଦରିଆ ମନର ଫରୁଆ
ଧୂଳିସାତ୍ ହେଲା ମୋ ଲକ୍ଷ୍ୟ
ଭାବି ନ ଥିଲି ଜୀବନେ ହଜିଲି
ଭାଗ୍ୟ ଦେଲାନି ମୋ ପକ୍ଷ ।।
କର୍ମମୟ ସାଜି ଧରିଥିଲି ବାଜି
ଅଚି଼ହ୍ନା ହେଲା ଏ ସହର
ବେନି ଘେନି ଗଲି ଅଜଣା ଦ୍ଵାରରେ
ବୁଡି ହଜିଲା ଏ ଆତ୍ମା ସାଗର ।।
ବଇରି ଦୁନିଆଁ ଟାଣି ନେଲା ମତେ
ଜଙ୍ଗମ ଦ୍ଵାରର ପଥେ
ମଳୟ ସ୍ଵରରେ ହଜିଗଲା ସବୁ
ଆତ୍ମ ନିର୍ଜୀବିକିର ସାଥେ ।।
ବିତିଗଲା ଦିନ ବିତି ଗଲା ରାତି
ଆଶାର ଆଲୋକ ଚାହିଁ
ଲୁହର ଝରଣା ଝରି ପଡୁ ଥିଲା
ସଫଳତାର ପାହାଚ ପାଇଁ ।।
