STORYMIRROR

Agasty Nag

Tragedy

3  

Agasty Nag

Tragedy

ମୃତ୍ୟୁ ସାଜିଲା ମୋ ଭାଗ୍ୟ

ମୃତ୍ୟୁ ସାଜିଲା ମୋ ଭାଗ୍ୟ

1 min
247

ଲୁହର ଦରିଆ ମନର ଫରୁଆ

ଧୂଳିସାତ୍ ହେଲା ମୋ ଲକ୍ଷ୍ୟ

ଭାବି ନ ଥିଲି ଜୀବନେ ହଜିଲି

ଭାଗ୍ୟ ଦେଲାନି ମୋ ପକ୍ଷ ।। 


କର୍ମମୟ ସାଜି ଧରିଥିଲି ବାଜି

ଅଚି଼ହ୍ନା ହେଲା ଏ ସହର

ବେନି ଘେନି ଗଲି ଅଜଣା ଦ୍ଵାରରେ

ବୁଡି ହଜିଲା ଏ ଆତ୍ମା ସାଗର ।। 


ବଇରି ଦୁନିଆଁ ଟାଣି ନେଲା ମତେ

ଜଙ୍ଗମ ଦ୍ଵାରର ପଥେ

ମଳୟ ସ୍ଵରରେ ହଜିଗଲା ସବୁ

ଆତ୍ମ ନିର୍ଜୀବିକିର ସାଥେ ।। 


ବିତିଗଲା ଦିନ ବିତି ଗଲା ରାତି

ଆଶାର ଆଲୋକ ଚାହିଁ 

ଲୁହର ଝରଣା ଝରି ପଡୁ ଥିଲା

ସଫଳତାର ପାହାଚ ପାଇଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy