ଫିଙ୍ଗିଦିଅ ଖଇ କାଟି ଟିଏ ମତେ
ଫିଙ୍ଗିଦିଅ ଖଇ କାଟି ଟିଏ ମତେ
ଧନୀକୁ ଦେଲ ଧନ ହେ ବିଧାତା
ଉଲ୍ଲାସରେ କାଟେ ଦିନେ
ନିର୍ଦ୍ଧନକୁ ଦେଲ ଛିଣ୍ଡାକନା ହେ ସଖା
ଛଳନା କାଇଁ ବାନ୍ଧିଲ ମନେ ।
ମୋହ ମାୟା ତଳେ ରଚିଲ ସଂସାର
ଦଉଡି ହସ୍ତରେ ଧରି
ଲୋତକ ସାଜିଲା ସାରଥି ମୋହର
ଉଦ୍ଧାର କର ଇ ପାରି ।
ଦୁଃଖୀ ରୋଗୀଣି ହୋଇ ପାହି ଗଲା ଦିନ
ନର ବାନର ସାଜି
କାହିଁକି ନେଇଛ ଦେଇ ସାଇଁ ତମେ
ହାରିଲା ଜୀବନର ବାଜି ।
ଦାଣ୍ଡ ପିଣ୍ଡା ତଳେ ଭକତ ତମରି
ଭିକ୍ଷୁ ସଜେଇ ସାଇଁ
ଉଦର ପେଟ ରେ ବସି ଚାହିଁ ଅଛି
ଅବଢ଼ା ପ୍ରସାଦ ପାଇଁ ।
ଫଳ ପ୍ରଦ ଚାହିଁ ଗଲି ମୁଁ ବାହୁଡି
ଅଗମ୍ୟ ଦ୍ଵାରର ପଥେ
ସହି ତ ପାରୁନି ପରୀକ୍ଷା ତମରି
ଦୁଃଖ ଯନ୍ତ୍ରଣା ବୋଝ ଭାରେ ।
ଦରିଦ୍ର ସଜେଇ କଲ ଉପହାସ
ଲଜ୍ଜିତ ସୀମା ଭରା ଯେତେ
କି ବାକ୍ୟ କହିବି ସାଇ ହୋ ତୁମ୍ଭଙ୍କୁ
ଫିଙ୍ଗି ଦିଅ ଖଇ କାଟିଟିଏ ମତେ ।