STORYMIRROR

Agasty Nag

Others

3  

Agasty Nag

Others

ଆଲୋ ମୋ ସୁନା ଗେହ୍ଲେଇ ଝିଅ

ଆଲୋ ମୋ ସୁନା ଗେହ୍ଲେଇ ଝିଅ

1 min
215

ଆ ଲୋ ମୋ ସୁନା ଗେହ୍ଲେଇ ଝିଅ

ଖାଇବାକୁ ଦେବି ସର ଲବଣୀ ଘିଅ ।। 


ରୁଷି ନ ଯାଅ ମା ଦୂର କୁ ଦୂର

ତୁ ମୋ ସାହାରା ତୁ ମୋ ଘର ।। 


ଆଣି ଦେବି ଲୋ ମା ହସ୍ତକୁ କଙ୍କଣ

ତୋ ପାଖେ ଅଛି ମୋ ଜୀବନ ।। 


ତୋ କୁନି ପାଦେ ରୂପା ପାଉଁଜି ଦେବି

ଶୁଣୁ ଥିବ ହସି ଏ ପୃଥିବୀ ।। 


ଗଳା ରେ ହାର ତୋ ମଥାକୁ ବିନ୍ଦି

ଭେଟି ଦେବି ତତେ ସୁନା ରୂପା ଓ ଚାନ୍ଦି ।। 


ତୋ କୁନି ପାଦ ମୋତେ ଆବୃତ କରେ

ହସ କଉତୁକ ଭରା ଲହରି କେତେ ମାରେ ।। 


ଶେଜ ବିଛଣାକୁ ରତ୍ନ ପଲଙ୍କ

ଗଭୀର ସାଗରର ତୁ ଯେ ସେ ଶଙ୍ଖ ।। 


ରାଗ ଅଭିମାନ କିଆଁ ଲୋ କରୁ

ଉଠି ଗଲୁ ସିନା ଅଧା ନିଦରୁ ।। 


ଚାହିଁଦେ ମା ଲୋ ତୁ ଚନ୍ଦ୍ର ବଦନୀ ପରି

 ତୋ ଟିକି ଓଠରୁ ଖୁସି ଉଠିବ ଝରି ।। 


ଯେବେ ତୁ ହସିବୁ ଚାନ୍ଦ ହସିବ

ସିଏ ବି ତତେ କେତେ ଗେଲ କରିବ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍