STORYMIRROR

Agasty Nag

Drama Inspirational Children

3  

Agasty Nag

Drama Inspirational Children

ପିତା ତୁମ୍ଭେ ହିଁ ସର୍ବଶକ୍ତିମାନ୍

ପିତା ତୁମ୍ଭେ ହିଁ ସର୍ବଶକ୍ତିମାନ୍

1 min
187

ବାପା ତମେ ମହାନ୍ ଠାରୁ ବି ବଳିୟାନ, 

ହେ ପିତା ତୁମ୍ଭେ ହିଁ ସର୍ବଶକ୍ତିମାନ, 

ତମରି ମଧୁର ଭାଷା ଶ୍ରେଷ୍ଠତା ଠାରୁ ବି ମହାନ୍

ମୋ ପାଇଁ କେତେ ଯେ ଖରା, ଧୂଳି, ମାଟି କୁ ଆପଣେଇ

ମତେ କୋମଳ ଆଲୁଅ ଓ ଛାଇ ପ୍ରାପ୍ତ କରାଉଛ ।

ହେ ପିତା ସତରେ ତୁମ୍ଭେ ଯେ କେଡେ ଯେ ମହାନ୍ ! 

ତୁମେ ସେଇ ଭାସ୍କର କିରଣ ଠୁ ବି ଦିବ୍ୟବାନ୍, 

ତୁମ ପ୍ରତି ସ୍ପନ୍ଦନରେ ଖାଲି ସ୍ୱାର୍ଥ ର ଡାକରା

ଯେଉଁ ସ୍ୱାର୍ଥ କି ମତେ ପ୍ରତି ପଲକ ରେ ଘେରି ରଖିଛି

ତୁମେ ତମ ଶରୀର କୁ ବହୁ ଦୁଃଖ କଷ୍ଟ କ୍ଲେଶ ଯନ୍ତ୍ରଣା କୁ ଆବରେଇ

ମତେ ହିଁ ଖୁସି ର ବିଶ୍ରାମ ଭେଟି ଦେଉଛ । 

ଧନ୍ୟ ଧନ୍ୟ ମୁଁ ତମ କର୍ମ ପାଦ ତଳେ ଚିରରୁଣୀ

କାରଣ 

ତୁମ୍ଭ ଗୁଣ ଗାନ କରିବା ଇଚ୍ଛା ନୂହେଁ 

ଆକାଂକ୍ଷା ନୁହେଁ

ଖାଲି ତମରି ପାଦରେଣୁ

ମୋ ପାଇଁ ଅମୃତ ସାଧିତ ଅଟେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama