ଗୋଟେ ଦିନ ର ଭାଗ୍ୟ ତୁ ମୋର
ଗୋଟେ ଦିନ ର ଭାଗ୍ୟ ତୁ ମୋର
ନାଁ ଭାବି ଥିଲା ମନ,
ନାଁ ଦେଖି ଥିଲା ସ୍ଵପ୍ନ
କେ ଜାଣି ଥିଲା ? ହାତ ପାପୁଲିରେ
ଥୋଇ ହେବ ସେ ଜହ୍ନ ।
ନାଁ ଖୋଜୁଥିଲା ପ୍ରେମ,
ନାଁ ମିଶୁଥିଲା ବର୍ଣ୍ଣ
କାହିଁ କେଜାଣି ଧାଇଁଆସି
ରଚିଗଲା ସେ ଚିହ୍ନ ।
ମଥାରେ ସେଇ ଅର୍ଦ୍ଧ ଚନ୍ଦ୍ରମା ର ଟୀକା
ସୁନେଲି ଜ୍ୟୋସ୍ନା ଲାଗେ ତମ ଠୁ ଫିକା ।
ସପ୍ତରଙ୍ଗ ସଙ୍ଗେ ଅଧର ରଞ୍ଜକ
ପାଟ ବସ୍ତ୍ର ପରିହିତ ସେଇ
ମୁକ୍ତା ଫଳ ର ଗନ୍ଧକ ।
ସୁବାସିତ ସେଇ କୃଷ୍ଣ ମିଳିନ୍ଦ କେଶ
ମୋହିତ କରେ ଯେ କାହିଁକି
ତମ ମୃଗୁଣୀର ବେଶ ।
ହୀରା, ନୀଳା, ମୋତି ଭରା ଗଳା ରେ ହାର
ଶ୍ଵେତପଦ୍ମ ପାଖୁଡା ପରି ରୂପ ଯେ ତୋହର ।
ତମ ଦୁଇ ହସ୍ତେ କାଞ୍ଚନ କଙ୍କଣ
ସେଇ ପାଉଁଜି ର ଶବ୍ଦ କରେ ରଣଝଣ ।
ଛିଞ୍ଚି ଦେଲ କେତେ ସୁଗନ୍ଧିତ ବାସ
ସପ୍ତ ଜନ୍ମ ପାଇଁ କରିଗଲ ସ୍ପର୍ଶ ।
ଶାମୁକା ରେ ଭରା ପ୍ରେମର ଆଳାପ
ପ୍ରେମ ମାନସୀ ଛୁଇଁ ଗଲା ଅଳ୍ପ ।
ରମ୍ଭା ଉର୍ବଶୀ ଫିକା ହୋଇ ଯାନ୍ତି
ତୋ ରୂପ ର ନୟନେ
କି କୁହୁକ ଥିଲା ! ଯେ ବାନ୍ଧି ହେଲି
ପ୍ରେମ ର ବନ୍ଧନେ ।
ଜାଣେନା କାହିଁକି ?
ମନ୍ଦାକିନୀ ସାଜି ଲାଳାୟିତ କଲ
ନାଁ
କାଦମ୍ବରୀ ସାଜି ଆକର୍ଷିତ କଲ ।
ଅଭିଳାଷ ରଖିଛି ହବ ଯେ ରମଣୀ
ଗୋଟେ ଦିନର ଭାଗ୍ୟ ନ ସାଜି
ଚିର କାଳ ହେବ କି ଘରଣୀ ?