STORYMIRROR

Agasty Nag

Abstract Inspirational Others

4  

Agasty Nag

Abstract Inspirational Others

କୁହ କି ଭୁଲ୍ ଥିଲା ମୋର ?

କୁହ କି ଭୁଲ୍ ଥିଲା ମୋର ?

1 min
390

 ପ୍ରେମ ର ନଈରେ  ବୋହି ନେଇଗଲ

     ଆପଣାକୁ କଲ ପର

ପ୍ରତାରଣା କଲ ମୋ  ପ୍ରେମେ ରାଇଜେ

    କୁହ କି ଭୁଲ୍ ଥିଲା ମୋର ? 


ବିଶ୍ୱାସ ର ଡୋରି   ନୟନେ ବାନ୍ଧିଲା

    ହୃଦୟେ କରି ମୋ ଘର

ମୁରୁକି ହସି ଦେଇ   ଛାଡି ଚାଲିଗଲ 

    କୁହ କି ଭୁଲ୍ ଥିଲା ମୋର ? 


ଗଢି ତୋଳି ଦେଲ    ପ୍ରେମର ପ୍ରତିମା

      ରଙ୍ଗ ରେ ବୋଳି ନଜର

ନିଅଣ୍ଟ ସାଜିଲା କି   ମୋ ପ୍ରେମ ପରିଭାଷା

      କୁହ କି ଭୁଲ୍ ଥିଲା ମୋର ? 


ଦେଖିଥିଲା ସ୍ଵପ୍ନ     ମୋ ଦୁଇ ନୟନ

       ସାଜି ଗଲି ସୌଦାଗର

କୋମଳ ଲୋତକେ   ଢାଳି ଫେରିଗଲ

      କୁହ କି ଭୁଲ୍ ଥିଲା ମୋର ? 


ବିଞ୍ଚି ଦେଇ ମନେ     ବିରହ ବେଦନା

     ଦେଇ ଅପସରା ଉପହାର

ମଳିନ ହେଲା କି    ମୋ ପବିତ୍ର ବନ୍ଧନେ

      କୁହ କି ଭୁଲ୍ ଥିଲା ମୋର ? 


Rate this content
Log in

Similar oriya poem from Abstract