STORYMIRROR

Agasty Nag

Others

3  

Agasty Nag

Others

ଦୀପାବଳି

ଦୀପାବଳି

1 min
159

କାର୍ତିକ ଅମାବାସେ ସରାଗେ 

ଆସେ ଦୀପାବଳି

ଖୁସିର ଲହରି ଆଜି 

ଯାଏ ଯେ ଉଛୁଳି ll


ଘରେ ଘରେ ପୁରେ ପୁରେ

ଆସେ ନବ ପରିଚ୍ଛେଦ

ନିଜ ନିଜ କୁଟୁମ୍ବକୁ ଘେନି 

କରନ୍ତି ଆମୋଦ ll


ଲକ୍ଷ୍ମୀଙ୍କ ଆବହନ ସାଥେ

ଦେବୀ କାଳୀଙ୍କର ପୂଜା

ଭିନ୍ନ ଭିନ୍ନ ଭୋଗ ରାଗେ

ପୁଷ୍ପ ଗୁଚ୍ଛେ ସଜା ll


ବାହୁଡିଲେ ଶ୍ରୀ ରାମଚନ୍ଦ୍ର 

ଅଯୋଧ୍ୟାର ପୁରେ 

ଦୀପ ପ୍ରଜ୍ୱଳନ କରି ସ୍ଵାଗତ

କରନ୍ତି ଯେ ଘରେ ଘରେ ll


ଲକ୍ଷ୍ମୀ ଦେବୀ ସେଇ ଘରେ

ବିରାଜ ହୁଅନ୍ତି

ସଦା ସର୍ବଦା ଶାନ୍ତି ମାନେ

ବାସ ବି କରନ୍ତି ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍