STORYMIRROR

Agasty Nag

Inspirational

3  

Agasty Nag

Inspirational

ହୀନିମାନ କଲୁ ମତେରେ କାଳିଆ

ହୀନିମାନ କଲୁ ମତେରେ କାଳିଆ

1 min
236

ଚନ୍ଦନ ଟୀକାକୁ ତୁଳସୀ ମାଳା

ଦେହଟି ତୋହର କଳା

ବଡ ଦାଣ୍ଡେ କେତେ ଧୂଳି ଖେଳୁଥାଉ

ତୁ ତ ସେ ଜଗା କାଳିଆ ।।


 ଆପଣାର ଭାବି କଲି ମୁଁ ଗୁହାରି

ନୀରବ ହେଲା ତୋ ମନ

ଉତ୍ତର ଦେଲୁନି ପଥର ସାଜିଲୁ

କରିଦେଲୁ ଅପମାନ ।।


ମୋ ଦୁଃଖ ବେଦନା କାହାକୁ କହିବି

ବିଶ୍ୱାସ କଲି ମୁଁ ତତେ

ହାତ ଛାଡ଼ି ଦେଲୁ ଜୀବନର ପଥେ

ହୀନିମାନ କଲୁ ମତେ ।।


ସତରେ କାଳିଆ ତୁ ଯେ ଲାଞ୍ଚଖିଆ

କପଟ କଲୁ କି ମତେ

ଏକା ପଡିଗଲି ନିର୍ଜନ ସଂସାରେ

ଜୀବନର ଛାୟାପଥେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational