ହୀନିମାନ କଲୁ ମତେରେ କାଳିଆ
ହୀନିମାନ କଲୁ ମତେରେ କାଳିଆ
ଚନ୍ଦନ ଟୀକାକୁ ତୁଳସୀ ମାଳା
ଦେହଟି ତୋହର କଳା
ବଡ ଦାଣ୍ଡେ କେତେ ଧୂଳି ଖେଳୁଥାଉ
ତୁ ତ ସେ ଜଗା କାଳିଆ ।।
ଆପଣାର ଭାବି କଲି ମୁଁ ଗୁହାରି
ନୀରବ ହେଲା ତୋ ମନ
ଉତ୍ତର ଦେଲୁନି ପଥର ସାଜିଲୁ
କରିଦେଲୁ ଅପମାନ ।।
ମୋ ଦୁଃଖ ବେଦନା କାହାକୁ କହିବି
ବିଶ୍ୱାସ କଲି ମୁଁ ତତେ
ହାତ ଛାଡ଼ି ଦେଲୁ ଜୀବନର ପଥେ
ହୀନିମାନ କଲୁ ମତେ ।।
ସତରେ କାଳିଆ ତୁ ଯେ ଲାଞ୍ଚଖିଆ
କପଟ କଲୁ କି ମତେ
ଏକା ପଡିଗଲି ନିର୍ଜନ ସଂସାରେ
ଜୀବନର ଛାୟାପଥେ ।।
