STORYMIRROR

Agasty Nag

Children Stories Drama Fantasy

4  

Agasty Nag

Children Stories Drama Fantasy

ଆକାଶର ବରଯାତ୍ରୀ

ଆକାଶର ବରଯାତ୍ରୀ

1 min
348

ଆକାଶ ବକ୍ଷେ ଭାସି ଯାନ୍ତି ଖଣ୍ଡଖଣ୍ଡ ମେଘମାଳା

ଭାବ ବିହ୍ଵଳକରେ ସେଦୃଶ୍ୟ କିଞ୍ଚିତ ନ୍ ଥାଏ ହେଲା ll


ଜହ୍ନି, ଦୁଦୁରା, ପଳାଶ ଲାଗନ୍ତି ଜୀବନ୍ତ 

ବିମୋହିତ ସାଜି ଗଲେ ଦେଖି ଯେ ଅନନ୍ତ ll


ଘାସ ମଧ୍ୟେ ମୁକ୍ତା ଲୁଚି କରନ୍ତି ଯେ ଖେଳା 

ଟୋପାଟୋପା ବିନ୍ଦୁ ଧାରେ ହେଲା ସଞ୍ଜବେଳା ll


ଚଉଦ ବ୍ରହ୍ମାଣ୍ଡରେ ବଜ୍ର ସଙ୍ଗେ ଆଗମନ 

ଅସିମିତ ଖଣ୍ଡ ରତ୍ନ ଧାରେ ଝରନ୍ତି ସୁମନ ll


ବାଦ୍ୟ ତୁରୀ ସାଥେ କମ୍ପିଗଲା ବାରି 

ଓହ୍ଲାଇ ଆସୁଛନ୍ତି ଦେଖ ସ୍ଵର୍ଗ ଅପସରି ll 


ସୁଶୀଳ ବାଆସାଥେ ବରଯାତ୍ରୀ ଘେନି ଆସିଥିଲେ

ମର୍ତ୍ତ୍ୟବୁକୁ ରେ ସେ ଯେ ଚହଟାଇ ଦେଲେ ll


ସାତ ସବାରୀ ଘେନି ଗଜଲକ୍ଷ୍ମୀ ଙ୍କ ସଙ୍ଗେ

ପାରାବାରେ ଧାଇଁ ଥିଲେ ନବ ନୃତ୍ୟ ର ଭଙ୍ଗେ ll


ମେଘ ଦୂତ ଆସି କରିଲେ ଝଙ୍କାର

ରଜ ପୃଥିବୀ କୁ ଦେଇ ଯେ ଶୃଙ୍ଗାର ll


ପାଦପ କୁ ଗର୍ଭେ ଧରି ପ୍ରତିଶୃତି ଦେଲେ

ବରଣମାଳା ଦେଇ ଧରା ବିବାହ କରିଲେ ll 


ଏ ଦୃଶ୍ୟ ଦେଖି କେତେ ଲାଗେ ମାଦକତା

ଗିରିଷ ସାକ୍ଷୀ ଦେଲେ ବଢାଇ ବନ୍ଧୁତା ll


ଅଜସ୍ର ପ୍ରାଣୀ କୂଳେ ମାତିଲେ ନିଶା ରେ 

ପ୍ରସାଦ ସେବନ କରି ରଚିଲେ ସଂସାରେ ll

 

ପଲ୍ଲୀ ପୁରେ ଗରଜିଲା ଅମୃତ ଫଗୁଣ

ଆମନ୍ତ୍ରିତ କରିଥିଲେ ଶ୍ରାବଣ ବରୁଣ ll



Rate this content
Log in