STORYMIRROR

Agasty Nag

Tragedy Inspirational

3  

Agasty Nag

Tragedy Inspirational

ସ୍ଵପ୍ନର ଲୋତକ

ସ୍ଵପ୍ନର ଲୋତକ

1 min
212

ସ୍ଵପ୍ନ ଅନେକ ଦେଖେ ଯେ ପଳକ

ଭୋଗବିଳାସର ରାଜସୁଖ

କେଜାଣି ଥିଲା ମରୀଚିକା ସାଜି

ବାହୁନି ଆସିବ ସେହି ଦୁଃଖ ।।


ଭାଗ୍ୟ ବିଡମ୍ବନା ନୋହିଲା ଯେ ପୂର୍ଣ୍ଣ

ସପନରେ ସାତ କୋଷ

କି ସମୟ ଆସିଲା ହାଏରେ ଦାରୁଣ

ଅଧ୍ୟାୟ କଲୁ ମୋ ଶେଷ ।। 


ଝାଟିମାଟି ଘରେ ବିତିଗଲା ଦିନ

କଂସାଏ ପଖାଳ ମୁଠା

ଦୀନ ହୀନ ହୋଇ ପ୍ରଶ୍ରୟ ଖୋଜିଲି

ଦେଖିଲାନି ମହୁ ଛେନା ମିଠା ।। 


ଭାବୁଥାଏ ମନ ହେ ଭଗବାନ

ବିକଳ ରେ ଡାକେ ମୁହିଁ

କାକୁତି ମିନତୀ ହୋଇ ମୁଁ ଡାକିଲି 

କର୍ଣ୍ଣ ରୁଦ୍ଧ କଲୁ ତୁହି ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy