ସ୍ଵପ୍ନର ଲୋତକ
ସ୍ଵପ୍ନର ଲୋତକ
ସ୍ଵପ୍ନ ଅନେକ ଦେଖେ ଯେ ପଳକ
ଭୋଗବିଳାସର ରାଜସୁଖ
କେଜାଣି ଥିଲା ମରୀଚିକା ସାଜି
ବାହୁନି ଆସିବ ସେହି ଦୁଃଖ ।।
ଭାଗ୍ୟ ବିଡମ୍ବନା ନୋହିଲା ଯେ ପୂର୍ଣ୍ଣ
ସପନରେ ସାତ କୋଷ
କି ସମୟ ଆସିଲା ହାଏରେ ଦାରୁଣ
ଅଧ୍ୟାୟ କଲୁ ମୋ ଶେଷ ।।
ଝାଟିମାଟି ଘରେ ବିତିଗଲା ଦିନ
କଂସାଏ ପଖାଳ ମୁଠା
ଦୀନ ହୀନ ହୋଇ ପ୍ରଶ୍ରୟ ଖୋଜିଲି
ଦେଖିଲାନି ମହୁ ଛେନା ମିଠା ।।
ଭାବୁଥାଏ ମନ ହେ ଭଗବାନ
ବିକଳ ରେ ଡାକେ ମୁହିଁ
କାକୁତି ମିନତୀ ହୋଇ ମୁଁ ଡାକିଲି
କର୍ଣ୍ଣ ରୁଦ୍ଧ କଲୁ ତୁହି ।।