STORYMIRROR

Harekrushna Deb Sahoo

Romance Tragedy Classics

3  

Harekrushna Deb Sahoo

Romance Tragedy Classics

ଗ୍ରାମ୍ୟ ସ୍ମୃତି ଓ ସଂସ୍କୃତି

ଗ୍ରାମ୍ୟ ସ୍ମୃତି ଓ ସଂସ୍କୃତି

1 min
230


ମୋ ଗାଁ ସବୁଠୁ ଭଲ 

ଇତିହାସ,ସଂସ୍କୃତି,ପ୍ରକୃତି 

ଆହା,ସବୁଜ ସୁନ୍ଦର କେତେ ମନୋହର !୩


ଏଠି ନାହିଁ ତାଜମହଲ 

ଅଛି କିନ୍ତୁ ପ୍ରାଚୀନ କାଳରୁ, 

ସଂସ୍କୃତିରେ ଗଢା ମନ୍ଦିର 

ପ୍ରକୃତିରେ ଗଢା ଈଶ୍ୱର, 

ମୋ ଗାଁ ଇତିହାସ ଲେଖା ସ୍ୱର୍ଣ୍ଣିମ ଅକ୍ଷର ।୮


ମୋ ଗାଁ ମୋ ସଂସ୍କୃତି

ଡାଲଖାଇ ନୃତ୍ୟ ସଙ୍ଗୀତ ଝଙ୍କାର,

ଅତି ପୁରାତନ ପାରମ୍ପାରିକ ନୃତ୍ୟକଳା,

ବାଦ୍ୟ ତାଳେ ତାଳେ ସୁନ୍ଦର ଦୃଶ୍ୟମାନ ।

ମଣ୍ଡିତ ସ୍ବର୍ଗ ଭୂବନ ସତେ ପାରିଜାତ ଉଦ୍ୟାନ।୧୩ 


ମୋ ଗାଁ ମୋ ସଂସ୍କୃତି ଗ୍ରୀଷ୍ମ ଅବକାଶ ଦିନ

ପୁରାଣ ଓ ଭାଗବତ ପାଠ ରାମାୟଣ ।୧୫ 


ମୋ ଗାଁ ଲାଗେ ବୃନ୍ଦାବନ,

ସତେ କଦମ୍ବ ମୂଳେ ମଧୁବନ ।

ଲୋକକଥା,ଲୋକଗୀତ,ଆଦିବାସୀ ଜନ ଜୀବନ ।

ପାହାଡ଼ ଘେରା ସଂସ୍କୃତିର ଛାଇ,

ଢୋଲ,ମାନ୍ଦଳ,ମହୂରୀ,ବଇଁସି ବାଜଇ ।

ଛୋଟ ମୋର ଗାଁଟି ଛୋଟ ତା ସଂସ୍କୃତି 

ନୃତ୍ୟ ଗୀତ ତାଳେ ତାଳେ ନାଚେ ପ୍ରକୃତି। 

ଆହା ପ୍ରସ୍ତରରେ ଗଢାଅଛି ସୁନ୍ଦର ମନ୍ଦିର ଓ ପ୍ରତିମୂର୍ତ୍ତି !!୨୩



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance