STORYMIRROR

Usharani Sahoo

Tragedy

3  

Usharani Sahoo

Tragedy

ଠିକଣା

ଠିକଣା

1 min
155

ଦିନେ ହୃଦୟକୁ ପଚାରି ବୁଝିଲି

କେଉଁଠି ମୋହର ସ୍ଥାନ

ଜାଣେ ନାହିଁ ମୁଁ ଯେ କେଉଁଠୁ ଆସିଛି

କେଉଁଠି ହୋଇବି ଲୀନ।


କେଉଁଠି ଅତୀତ ଆଉ ଭବିଷ୍ୟତ

ଏ କଥା ମୁଁ ଜାଣିନାହିଁ

ତଥାପି ବଞ୍ଚିଛି ସ୍ୱାର୍ଥର ସମାଜେ

ମିଥ୍ୟା ପରିଚୟ ଦେଇ।


ଈଶ୍ୱର ସୃଷ୍ଟିରେ ଏ ଧରାଧାମରେ

କେହି ତ ନୁହେଁ କାହାର

ଲୋଭ ମୋହ ମାୟା ରହିଅଛି ସଦା

ବଶବର୍ତ୍ତୀ ଅଜ୍ଞାନର।


ସେହି ଅଜ୍ଞାନରେ କର୍ମ ଅପକର୍ମ

ନିତି କରୁଅଛି ମୁହିଁ

ଜ୍ଞାନର ଆଲୋକ ପାଇବା ନିମିତ୍ତ

ଠିକଣା ଖୋଜୁଛି ଯହିଁ।


ଦୁନିଆରେ ଅଛି କେତେ ଯେ ଠିକଣା

ବିଭିନ୍ନ ରୂପରେ ଥାଇ

ପ୍ରତି ମୁହୂର୍ତ୍ତରେ ଠିକଣା ଵଦଳେ

ପରିଚୟ ଜାଣେ ନାହିଁ।


ମିଛ ଦୁନିଆରେ ମିଛର ସମ୍ପର୍କ

ନାହିଁ ତା'ର ଆଜି ଠିକଣା

ହେ ସୃଷ୍ଟିକରତା ପହଞ୍ଚାଇ ଦିଅ

ଶେଷେ ମୋହର ଠିକଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy