STORYMIRROR

Ch Loknath Reddy

Tragedy Inspirational

3  

Ch Loknath Reddy

Tragedy Inspirational

ଭୁଲିଯିବି ବାପାଘର

ଭୁଲିଯିବି ବାପାଘର

1 min
168

ବିକିଦେଲ ଆଜି ସୌଦା କରି ବାପା ଶାଶୁଘରକୁ ଯେ' ମୋତେ 

କେତେ ବୋଝ ତୁମ ହୋଇଗଲି ବାପା ତଡ଼ିଲ ଆଉ କା' ସାଥେ।।


କୁନି ଥିଲାବେଳେ କାନ୍ଦୁଥିଲେ କେବେ କୋଳେଇଛ କେତେ ଥର 

ଆଜି ଅଶ୍ରୁଧାର ପିଏ ଓଠ ମୋର ପଡୁନି କାନେ ତୁମର।।


ନୟନତାରା ମୁଁ ଦୁଃଖର ପାସୋରା ସଦା କହୁଥିଲ କେତେ 

ବିକିଦେଲ ଆଜି ସୌଦା କରି ବାପା  ଶାଶୁଘରକୁ ଯେ' ମୋତେ।।


ଝିଅ ମୋ' ଜୀବନ ଝିଅ ମୋ' ସପନ କହୁଥିଲ କେତେ କଥା 

ଆଜି ସେହି ଝିଅ ତୁମ ପାଇଁ ବାପା ହୋଇଲା ମୁଣ୍ଡର ବ୍ୟଥା।।


ବୁଲୁଥିଲ ଧରି ହାତକୁ ମୋହର କ୍ଷଣେବି ଛାଡ଼ିନ କେବେ 

ଆଉ କି' ଧରିବ ହାତକୁ ମୋହର ପର କରିଦେଲ ଏବେ।।


ବାପା ବାପା ବୋଲି କେତେ ମୁଁ ଡାକୁଛି ତିଳେବି ଚାହୁଁନ ମୋତେ 

କେତେ ବୋଝ ତୁମ ହୋଇଗଲି ବାପା ତଡ଼ିଲ ଆଉ କା' ସାଥେ।।


ଚାଲିଯିବି ଆଜି ମୋ' ଶାଶୁଘରକୁ ଝିଅ ବୋଝ କମିଯିବ 

ଭୁଲିଯାଇ ବାପା ଝିଅ କଥା ତୁମ ସର୍ବଦା ଖୁସିରେ ଥିବ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy