STORYMIRROR

Aliva Lenka

Tragedy Others

3  

Aliva Lenka

Tragedy Others

ଆହେ କଳା ଠାକୁର

ଆହେ କଳା ଠାକୁର

1 min
136

ବରଷକେ ଥରେ ଆସୁଛୁ, ଭାଇ ଭଉଣୀ କୁ ସାଙ୍ଗରେ ଧରି

ଭକତର ଗୁହାରୀ କି ଶୁଭୁଛି ବା ତୋତେ

ନା ଶୁଭୁଛି ଖାଲି ପଣ୍ଡା ପଢ଼ିହାରୀ ଙ୍କର ହୁଳହୁଳି !


ତୁ ପରା ବୋଲାଓ ନିଜକୁ ଜଗତର ନାଥ

କାହା ପାଇଁ ତୁ ଅନ୍ଧର ଲଉଡ଼ି ତ କାହାର ଜୀବନ ଧନ

ପଥର କି ସାଜିଲୁ ପଥର ଦେଉଳେ ରହି

ଭକତ ଯେ ତୋର ହେଉଛନ୍ତି କେଡ଼େ ହୀନିମାନ !


ଅନ୍ୟାୟ ବଢୁଛି, ଦୁଷ୍କର୍ମର ଇତିହାସ ଆଗକୁ ମାଡୁଛି 

ନ୍ୟାୟ ଦାତା ତୁମେ କାହିଁ ଅଛ ମଉନ

ଧୀରେ ଧୀରେ ଏହି ଜଗତ ହେଉଛି ଯେ ଅନ୍ଧାର

ମିଥ୍ୟାର ବିଭୀଚାରରେ ସତ୍ୟର କି ବା ଅଛି ଜୀବନ !


ଶୁଣିଥିଲି ଯେ ଚକାଆଖି ସବୁ ଦେଖୁଛି 

କରମର ହିସାବ ନିକାସ ସେ ସବୁ କରୁଛି

ହିସାବ ଖାତା ଯେ ହଜାଇଲ କି ହେ ଗୋସାଇଁ

ତୁମ ନାମ ନେଇ ମଣିଷ ପାପୀ ସାଜୁଅଛି

ଚକାଆଖି କି ତୁମର ଅନ୍ଧ ହୋଇଅଛି !


ଧରମ ନାଁରେ ମଣିଷ ପାପ କରୁଛି

ଡର ନାହିଁ ଭୟ ନାହିଁ ତାକୁ

ଧୀରେ ଧୀରେ ସେ ରାକ୍ଷସ ସାଜୁଛି

ଯଦି ତୁମେ ନୁହଁ କାଠର ପ୍ରତିମା

ଯଦି ତୁମେ ଅଛ ସତ ସତିକା

କାହିଁ ପାଇଁ ଦୋଷୀ ଏଇଠି ନିର୍ଦୋଷେ ବୁଲୁଛି

ବିନା ଦୋଷେ ଭଲ ମଣିଷଟେ କାହିଁ ମରୁଛି !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy