ଜନ୍ମଭୂମି
ଜନ୍ମଭୂମି
1 min
371
ଶୁଣିଛ କି ଭାଇ ଭଉଣୀ ମାନେ
ମୋ ଦେଶର ନାମ??
ମୋ ଦେଶ ଭାରତ ସବୁଠୁ ସୁନ୍ଦର
ସବୁଜିମା ଚାଦରରେ ସେ ଭରପୁର ||
ଇତିହାସ ତାର କେତେ ପୁରାତନ
ହିସାବ କିଏ ବା ରଖେ
ସୁନାର ଚିଡ଼ିଆ ଥିଲା ସେ ଦିନେ
ଏକଥା କିଏ ଅବା ନ ଜାଣେ ||
ସବୁ ଧରମର ଲୋକଙ୍କର ବାସ
ସବୁ ଭାଷା ଆମ ଅତି ନିଜର
ଭାଇପଣିଆର ସ୍ନେହ ପ୍ରେମରେ
ନ ଲାଗୁ କେବେ କାହା ନଜର ||
ଆମର ଅଛି ଏଇଠି ସରଗ
ଜାମୁ କାଶ୍ମୀର କେତେ ଯେ ସୁନ୍ଦର
ଶେଷେ ଅଛି ପୁଣି କନ୍ୟାକୁମାରୀ
ଆଖିଲାଗିଯାଏ ସେଠି ସଭିଙ୍କର ||
ରାମଙ୍କ ଅଯୋଧ୍ୟା ଶ୍ରୀ କୃଷ୍ଣଙ୍କ ମଥୁରା
ହିମାଳୟବି ଏଠି ହୁଏ ଯେ ପୂଜା
ଯେବେ ବୁଲିଆସିବ ଭାରତେ
ବୁଲିଯିବ ସବୁ ଜାଗା ଛାଡ଼ିବନି ଅଧୁରା ||
