ବର୍ଷା ରାଣୀ
ବର୍ଷା ରାଣୀ
1 min
173
ଆକାଶର ଛାତିକୁ ଚିରି ପୃଥିବୀକୁ ଥଣ୍ଡା କରି
ହସ ହସ ମୁହଁରେ ଆସେ ବରଷା
ବରଷା ଆସିଥାଏ କୃଷକର ଧାନକେଣ୍ଡା ଦେଇ
ସେ ଆସେ ଗରିବର ଚାଳ ଛପର ଦେଇ
ବରଷା ଆସେ ବଢିଲା ଝିଅର ଯୗବନ ନେଇ ||
ବରଷା ହେଲେ ସାରୁବୁଦା ରେ ବେଙ୍ଗ ରଡ଼ି ଶୁଭେ
ନୂଆ ନୂଆ ବୋହୂଟି ନିଜ କୁ ସଜାଏ
ବରଷା ଦେଖି ମାଆ ଭାବେ ପୁଅ ମୋର ଫେରିଆସିବ
ଝିଅର ଫେରିବା ନ ଦେଖି ବାପ ଭାବେ
ବୋଧେ କୋଉଠି ରହିଯାଇଥିବ ||
ବରଷା ଆସିଲେ ବରଷାର ଟୁପୁରୁ ଟାପୁରୁ ଶବ୍ଦରେ
ଘୁଙ୍ଗୁରର ଶବ୍ଦ ଶୁଣା ଯାଏ
ତ ପୃଥିବୀ ଦେହରେ ଏକ ସବୁଜ ଶାଢ଼ୀ
ଘୋଡ଼େଇ ହୋଇଯାଏ ||.
