STORYMIRROR

Aliva Lenka

Others

3  

Aliva Lenka

Others

ମୋ ରାଇଜର ପରବ

ମୋ ରାଇଜର ପରବ

1 min
183

ଭାରି ନିଆରା ମୋ ରାଇଜ ଅଟେ

ବାର ମାସେ ତେର ପରବ ଯେତେ

ପରମ୍ପରା ଆମ ଭାରି ସୁନ୍ଦର

ଆଖି ଲାଖିଯାଏ ଏମିତି ସତେ |


ମକର ସଂକ୍ରାନ୍ତିର ମିଠା

ରଜ ସଜବାଜ, ପାନ ଓ ପିଠା

ଜାଗର ଦିନର ଜାଗର ଓଷା

ଘର୍ଷଣ ଭୋଗରେ ମିଶେ ଦହି ଓ ବସା |


ଗଣେଶ ପୂଜାରେ ମେଢ଼ ବୁଲାବୁଲି

ଦଶହରାର ରାବଣ ପୋଡ଼ି

ଦୁର୍ଗା ମାଆ ଙ୍କ ଦର୍ଶନ କରି

ରାତିରେ ଯାଉ ସବୁ ଘରକୁ ଫେରି |


ମାଘ ମାସେ ଘରେ ଘରେ ପୂଜା

ଲକ୍ଷ୍ମୀ ମାଙ୍କ ପାଇଁ ହୁଏ ଘର ସଜା

ଧାନ ଦେଇ ହୁଏ ମାଣ ବସା

ପୁଣି ହୁଏ ଯେ ଏକ ବ୍ରତ ସୁଦଶା |


ଏତେ ପର୍ବପର୍ବାଣୀ ଯେ କହିଲେ ନସରେ

ଧନ୍ୟ ହେଉ ଆମେ ଏହି ମହୀରେ

ଯେବେ ଆସେ ଆମ ରଥ ଯାତରା

ଖୁସିରେ ନାଚି ଉଠେ ଆମ ଧରା ||



Rate this content
Log in