STORYMIRROR

Dr Baman Chandra Dixit

Romance Tragedy

4  

Dr Baman Chandra Dixit

Romance Tragedy

ଫିକା ଫଗୁଣ

ଫିକା ଫଗୁଣ

1 min
15

ଫଗୁଣବି ଲାଗେ ଫିକା ଫିକା

ପ୍ରିୟା ତୁମ ବିନା ଏକା ଏକା

ମଉଳା ପଳାସ ପରି ଅଟକିଛି

ମିଳନର ଶେଷ ଅଭିଳାଶା।


ଝରି ବି ପାରୁନି ସରି ବି ପାରୁନି

ନଦେଖି ତୁମକୁ ମରି ବି ପାରୁନି

ବୟସ ବାରୁଣୀ ଆକାଶେ ତଥାପି

ଆରୁଣୀ ଆଭାର ଅନ୍ତିମ ଆଶା।


ଫୁଲେ ଫୁଲେ ରଙ୍ଗ ମଳୟ ତରଙ୍ଗ

ମଧୂପ ଆଳାପ ଗୁଞ୍ଜରଣ ଛନ୍ଦ

ତୁମ ବିନା ସବୁ ରାଗ ଛନ୍ଦ ହୀନ

ମିଳନ ଆଳାପେ ବିରହ ଭାଷା।


ଫଗୁ ଫିଙ୍ଗିଦେଇ ଚାଲିଗଲା କେହି

ପବନ ପାଗଳ ବୋଳିଦେଲା ନେଇ

କୋଳେଇ ଧରିଛି ପବନରୁ ପୁଳେ

ଛଳଛଳ ପ୍ରୀତି ବତୁରା ନିଶା ।


ସକେଇ ହେଲାଣି ଆକାଶ ବତାସ

ଟୋପା ଟୋପା ଲୁହ କୋହର ଉଛ୍ୱାସ

ଫଗୁଣରୁ ଫଗୁ ଲେଉଟିବା ଆଗୁଁ

ତୁମ ଫେରା ବାଟ ଚାହିଁଛି ଏକା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance