STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

ଦୂର କର ଭ୍ରଷ୍ଟାଚାର

ଦୂର କର ଭ୍ରଷ୍ଟାଚାର

1 min
18


ନାହିଁ ସେ ସମୟ ବଦଳି ଯାଇଛି

ଆସିଛି ନୂତନ କାଳ

କରି ଭ୍ରଷ୍ଟାଚାର ହେବି ବଡ଼ ଲୋକ

ସମୟ କରେ ବ୍ୟାକୁଳ।

ପରିଶ୍ରମ ହେଲା ମୂଳ

ଲୁଟି ଅଛି ଯିଏ ଜନତାର ଟଙ୍କା

ମିଳିଛୁ ପାପର ଫଳ !!


ସୁନିଶ୍ଚିତ ହୁଏ କାରାଦଣ୍ଡ ଯାର

ଭ୍ରଷ୍ଟ ହୁଅନ୍ତି ଆତୁର

ନେତା ଏକତ୍ରିତ ସମର୍ଥନେ ତାର

ଭ୍ରଷ୍ଟାଚାରେ ସରବର।

ଅଭିନୟ ଭୟଙ୍କର

ଭ୍ରଷ୍ଟାଚାରୀ କୁହେ କାରାଗାରେ ଥାଇ

ପଦ ଛାଡିବନି ତାର !


ରାଜ ସୁଖ ପାଇଁ ନିର୍ଲଜ ସାଜିଛି

ଦିଏ ନାହିଁ ତ୍ୟାଗ ପତ୍ର

କାରାଗାରେ ରହି କରିବ ଶାସନ

ଥିବ ମୁଖ୍ୟମନ୍ତ୍ରୀ ପାତ୍ର।

ପଦ କିମ୍ପା ଛାଡୁ ନାହିଁ?

ଏପରି ସମସ୍ୟା ଦେଖି ନାହିଁ ଦେଶ

ଜନତା ଦେଖିଛି ଚାହିଁ !


ଅନ୍ୟ ନେତା ପ୍ରତି ନାହିଁ ଯା ବିଶ୍ବାସ

ଜାଣ ପରିବାରବାଦ

ଦୋଷ ନାହିଁ ଯଦି ପ୍ରମାଣିତ କର

ଧର ଲୋକତନ୍ତ୍ର ବାଦ।

ପଦ ପରିତ୍ୟାଗ କର

ପଦ ମୁଖ୍ୟମନ୍ତ୍ରୀ ଦିଅହେ ଅନ୍ୟକୁ

ଦୋଷ ମୁକ୍ତ ପଥ ଧର !


ରାମରାଜ୍ୟ ପରି ଶାସନ ଦେଶର

ଭ୍ରଷ୍ଟାଚାର ହୁଏ ଶୁନ୍ୟ

ଲୁଟି ନ ପାରିବେ ଜନତାର ଟଙ୍କା

ଆବିର୍ଭାବ ଶୁଭ ଦିନ।

ଜନତା ଅତି ପ୍ରସନ୍ନ

କରି ଭ୍ରଷ୍ଟାଚାର ଅର୍ଜିତ ସମ୍ପତ୍ତି

ଫେରସ୍ତ କରିବେ ପୁନଃ !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy