ବିରହ ଜ୍ୱାଳା
ବିରହ ଜ୍ୱାଳା
କାହାକୁ ସେ କହିବ ?
କିଏ ଅବା ବୁଝିବ ତା' ହୃଦୟ ବେଦନା,
କିଏ ଶୁଣିବ ତା' ଦୁଃଖ ଭରା କାହାଣୀ ।
ଯାହାକୁ ସେ ନିଜଠୁ ବି ନିଜର ଭାବିଥିଲା
ସେ ତ ଛାଡ଼ି କରିଦେଲା ସାତପର ।
କଣ ଆଉ ସେ କରିବ ?
ତାକୁ ପରା ଉପହାର ମିଳିଛି
ତା ' ପ୍ରିୟ ବ୍ୟକ୍ତି ଠାରୁ ପ୍ରତାରଣାର ।
ପ୍ରେମର ଚଲା ପଥରେ ଚାଲୁ ଚାଲୁ
ପାଦରେ କଣ୍ଟା ଫୁଟିବ
ସେ କଥା କଣ ଜଣାଥିଲା !
ନା ଥିଲା ହଜେଇବାର ଭୟ,
ନା ଥିଲା ପାଇବାର ଆଶା
ହସଖୁସରେ କାଟୁଥିଲା ତା' ଦିନ;
କେମିତି ସେ ପଡ଼ିଗଲା ପ୍ରେମରେ ।
ତା' ଆଖୁରୁ ଝରେ ଆଜି ରକ୍ତର ଲୋତକ
ହୃଦୟ ତାର ହୋଇଛି ଖଣ୍ଡବିଖଣ୍ଡିତ,
ଦେଖୁବା ବା ବୁଝିବା ପାଇଁ କେହି ନାହିଁ ପାଖରେ;
ଅନ୍ତରେ ଓ ବାହାରେ କେବଳ ଏକା ହିଁ ଏକା ।
କାହା ପାଇଁ ଆଉ ବଞ୍ଚିବ
କେଉଁ ଆଶା ଓ ଭରସା ନେଇଁ ବଞ୍ଚିବ
ବିରହ ଜ୍ବାଲା ରେ ଜଳିଜଳି
ତାକୁ ସଂସାର ଲାଗେ ବିଷାଦମୟ ।