ହାରି ଯାଇଛି ମୁଁ
ହାରି ଯାଇଛି ମୁଁ
ବିଜୟ ପାଇଁ ନାହିଁ ଆଗ୍ରହ
ନାହିଁ ପରାଜୟର ଭୟ ।
ଜୀବନର ଦୋ ଚକ୍ସି ବାଟରେ
ବଟୋଇ ହୋଇ ଚାଲେ ଏକା ଏକା ।
ମୁଁ ନୁହେଁ ଆଜି ସଜୀବ
ସଜୀବରେ ଗୋଟେ ନିର୍ଜୀବ।
ଲୋଡା ନାହିଁ ଆଉ ପୂର୍ଣ୍ଣମୀ ଇନ୍ଦୁ
ରହିପରିବି ଏବେ କିଟିକିଟି ଅନ୍ଧାରେ।
ଲୋଡା ନାହିଁ ବସର ମଳୟ
ଗ୍ରୀଷ୍ମର ଝଜିରେବ ଜଳିପାରିବି ଏବେ ।
ବଞ୍ଚିବାର ନାହିଁ ଆଉ ମୋହ
ମରିବାରେ ନାହିଁ କିଛି କୋହ ।
ପାଇବାର ନାହିଁ କିଛି ଆଶା
ନାହିଁ ହେଜେଇବାର ଡ଼ର ।
କଣ୍ଟା ବି ଫୁଲ ପରି ଲାଗୁଛି ମୋତେ
ଚାଲିଯାଇ ପାରିବି ଆଜି କଣ୍ଟକିତ ପଥେ ।
ହଜେଇ ଦେଇଛି ମୋ ଅତୀତ ଠିକଣା
ସାଜିଛି ଆଜି ଯାଯାବର ଟିଏ।
ହଁ
ସାଜିଛି ପରଦେଶୀ ଯାଯାବର ଟିଏ ।
