STORYMIRROR

Rabindra kumar Sahoo

Abstract Tragedy

4  

Rabindra kumar Sahoo

Abstract Tragedy

ମୁଁ ସେହି ଅଭୁଲା ଅତୀତ

ମୁଁ ସେହି ଅଭୁଲା ଅତୀତ

1 min
371


ନୁହେଁ ମୁଁ ସ୍ଥିର ନୁହେଁ ମୁଁ ଅଧୀର

ନାହିଁ ମୋ'ର କିଛି ସ୍ଥିର ନିଶ୍ଚିତ

ମୁଁ ସେହି ସ୍ମୃତି ଅନୁଭୂତିର

ଅଭୁଲା ଅତୀତ ।


କିଏ କୁହେ ମୋତେ ମୃତ

କିଏ କୁହେ ମୋତେ ଗତ

କା ଆଖିରେ ମୁଁ ଇତିହାସ ପତ୍ର

କିଏ ଜାଣେ ମୁଁ ବିତିଯାଇଥିବା ସମୟ

ମୁଁ ବହି ଯାଇଥିବା ସମୟର ସମୁଦାୟ

ମୁଁ ବିଗତ ଦିନର ସମୟର ସ୍ରୋତ

ମୁଁ ସେହି ଅଭୁଲା ଅତୀତ ।


ସେଦିନର ପ୍ରେମ ପଥ

ଥିଲା ମୋ ପାଇଁ କଣ୍ଟକିତ

ପ୍ରିୟା ପାଇଁ ଆଜି

ସତେ ଯେମିତି ମୁଁ ମୃତ

ବାଛିନେଲା ସେ ତା ସଂସାରର ପଥ

ଅଲୋଡା ଅଖୋଜା

ପ୍ରିୟତମ ମୁଁ ତା ପାଇଁ ମୋ ଜୀବନ

ସତେ କି ଅଭିଶପ୍ତ

ପ୍ରେମ ପାଇଁ ପ୍ରେମିକା ପାଇଁ

ଏବେ ବି ମୁଁ ଚିନ୍ତିତ ଅନୁତପ୍ତ

ପ୍ରେମର ସଂଜ୍ଞା ମୋ ପାଇଁ

ଏବେ ବି ଲୁକ୍କାୟିତ

ମୁଁ ବୁଝେନା ସେ ପ୍ରେମ

ବୁଝେନା ସେ ପ୍ରେମିକାର ହୃଦୟ ଓ ଚିତ୍ତ

ସେ ପ୍ରେମ ସେ ପ୍ରତୀକ୍ଷା

ମୋତେ କଲା ପରାହତ

ସେ ପାଇଁ ଅହରହ ଅତୀତ

ତାତ୍ସଲ୍ୟ କରି କୁହେ ମୋତେ

ମୁଁ ତୋ ପ୍ରେମର ତୋ ପ୍ରେମିକାର

ସେହି ଅଭୁଲା ଅତୀତ ।


ଆସିଛି ଜୀବନେ

କେତେ ଘାତ ପ୍ରତିଘାତ

ମନକୁ କରି ଶାନ୍ତ

ଚାଲିଥିଲି ଚାଲିଛି

ମୋ ଜୀବନର ଗତି ପଥ

ହୋଇନାହିଁ କେବେ କ୍ଳାନ୍ତ

ହୃଦୟ ମୋ ହୋଇନି ଅଶାନ୍ତ

ଚିନ୍ତା ଚେତନାରେ

ଏବେ ବି ଚଳାଇଛି

ମୋ ଜୀବନ ରଥ

ହେଲେ ବ୍ୟଙ୍ଗ ବିଦୃପରେ

ଟାହି ଟାପରା କରେ

ମୋ ପ୍ରେମକୁ ନେଇ

ସେହି ଅଭୁଲା ଅତୀତ

ବାର ବାର ଜଳାଇ କୁହେ

ମୁଁ ସେହି ଅଭୁଲା ଅତୀତ

ତୋ ପ୍ରେମର ମୁକ ସାକ୍ଷୀ

ତୋ ପ୍ରେମିକାର

ଧୋକ୍କାବାଜୀର ମୁଁ ସାକ୍ଷୀ

ମୁଁ ତୋ ଗତ କାଲିର

ପୂର୍ବତନ ପ୍ରେମର ସତ୍ୟ

ମୁଁ ନୁହେଁ ମୃତ

ତୋ ପ୍ରେମ ନୁହେଁ ମୃତ

ତୁ ଓ ତୋ ପ୍ରେମିକା ନୁହଁ ଶାନ୍ତ


ମିଥ୍ୟା ଅଭିନୟେ ଖାଲି ରହିଛ ଜୀବିତ

ଆତ୍ମାକୁ ଛାଡି

ପରମାତ୍ମା କି ରହିପାରେ ଶାନ୍ତ

ହୋଇପାରେ ମିଥ୍ୟା ଏ ଜଗତ

ହେଲେ ପ୍ରେମ ଚିରନ୍ତନ ସତ୍ୟ ଶାଶ୍ଵତ

ଜାଣେ ମୁଁ ଉଭୟଙ୍କୁ

ଉଭୟଙ୍କ ପ୍ରେମ

ମୁଁ ତୁମ ପ୍ରେମର ମୁକ ସାକ୍ଷୀ

ମୁଁ ସେହି ଅଭୁଲା ଅତୀତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract