Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Tragedy Others

4  

Arjuni charan Behera

Tragedy Others

ମୋ ଗାଆଁରେ ସଞ୍ଜ

ମୋ ଗାଆଁରେ ସଞ୍ଜ

1 min
263



ମନେପଡ଼େ ଆଜି ଶୈଶବର କଥା

    ଜୀବନ ସନ୍ଧ୍ୟାର ବେଳେ l

ଏକଠାବେ ଯାଇ ଗ୍ରାମବାସୀମାନେ

     ସଞ୍ଜବେଳେ ବସୁଥିଲେ ll

ଚର୍ଚ୍ଚା ହେଉଥିଲା ଜଗନ୍ନାଥ ଦାସ

        ଓଡ଼ିଆ ଶ୍ରୀ ଭାଗବତ l

ବଳରାମ ଦାସ ଦାଣ୍ଡି ରାମାୟଣ

       ସାରଳା ମହାଭାରତ ll

ଭକ୍ତ ସାଲବେଗ ପ୍ରସିଦ୍ଧ ଜଣାଣ

      ହେ ପ୍ରଭୁ ନୀଳ ଶଇଳ l

ଗୋପାଳ କୃଷ୍ଣଙ୍କ ଏଡ଼େ ବେଗି ସାଥେ

      କଳା ମାଣିକର ତାଳ ll

ଗ୍ରାମ୍ୟ ନ୍ୟାୟାଳୟ ଆମୋଦ ପ୍ରମୋଦ

       ନାମ ଭାଗବତ ଟୁଙ୍ଗି l

ଅପରାଧୀ ମାନେ ଦଣ୍ଡ ଭୋଗୁଥିଲେ

      ନାକ ଘଷି ମାଟି ଶୁଙ୍ଘି ll

ପଞ୍ଚ ନ୍ୟାୟଧର ନ୍ୟାୟ ଦେଉଥିଲେ

       ନାମ ତା'ର ପଞ୍ଚାୟତ l

ଅଦାଲତ ଯାଇ ଆଜି ଯା' ହୁଅନ୍ତି

    ଲୋକେ ମୁଳୁ ସର୍ବସ୍ବାନ୍ତ ll

କର୍ମକ୍ଳାନ୍ତ ଜନେ ବସି ଏକ ସ୍ଥାନେ

        କୀର୍ତ୍ତନ ଭଜନ କରି l

ବିଭୁ ନାମ ଧରି ବୋଲି ହରି ହରି

     କାଳ ନେଉଥିଲେ ହରି ll

ଯାଇଛି ସେ କାଳ ଏବେ ଖାଲି ଗ୍ରାମେ

        କ୍ଲବ୍ ଯୁବକ ସଂଘ l

ଏକଠାବେ ବସି ନିଶାଡି ଭାଙ୍ଗୋଡ଼ି

      ସଞ୍ଜରେ ହୁଅନ୍ତି ସାଙ୍ଗ ll

ରାଜନୀତି ଘରେ ଘରେ ପୁଣି ଆଜ

      ଏକ ଘରେ ପାଞ୍ଚ ପାର୍ଟି l

ବାପରେ ପୁଅରେ ଭାଇରେ ଭାଇରେ

      ହୋଇଯାଏ ପିଟାପିଟି ll

କି କହିବା ଆଉ କାହାକୁ କହିବା

       ଇଏ ତ କାଳର ଗତି l

ନବ୍ୟ ସଭ୍ୟ ହୋଇ କରିଅଛୁ ଆମେ

        ଆଜ ବହୁ ଅଗ୍ରଗତି ll

             


Rate this content
Log in

Similar oriya poem from Tragedy