STORYMIRROR

Prafulla Chandra Mishra

Tragedy

4  

Prafulla Chandra Mishra

Tragedy

ଅନ୍ତର୍ଦାହ

ଅନ୍ତର୍ଦାହ

1 min
251


କୋମଳ ହୃଦୟ ତଳେ ଜଳେ ଯେବେ ନିଆଁ

ଲେଲିହାନ ଶିଖା ପୁଣି କଳା କଳା ଧୂଆଁ

ବିଗଳିତ ହୁଏ ପ୍ରାଣ ଲୁହ ଅମାନିଆଁ

ସିକ୍ତ କରେ ଜୀବନର ପ୍ରତି ଟି ମୁହୁର୍ତ୍ତ

ସୁଖ ର ସଂସାର ହେଳେ ହୁଅଇ ବିଷାକ୍ତ ।।


ମନ ତଳ ଜ୍ଵଳନ ତ ଅତି ଭୟଙ୍କର

ନଜାଣନ୍ତି କେହି ଯେତେ ହେଉ ଆପଣାର

ନିଜସ୍ଵ ସେ ନିସ୍ଵ ପ୍ରାଣ ଅବ୍ୟକ୍ତ ଦୁଃଖର

ଅଫୁରନ୍ତ ଅବିଶ୍ରାନ୍ତ ଅଗ୍ନି ଉଦ୍ଗୀରଣ 

ଜଳୁଥାଏ ଜୀବନେ ତା ନାହିଁ ପରିତ୍ରାଣ ।।


ସେ ଦହନ ଜାଳି ପାରେ ସୁଖ ସ୍ଵଚ୍ଛନ୍ଦତା

ସେ ଦହନ ଜାଳିଦିଏ ଶାନ୍ତି ମୈତ୍ରିୟତା

ସେ ଦହନ ଜାଳେ ମନ ତଳୁ ବାସ୍ତବତା

ବାତ୍ସଲ୍ୟ ମମତା ଜାଳେ କ୍ରୁର ହୁଏ ମନ

ଅନ୍ତର୍ଦାହ ପ୍ରାଣା ନର ହୁଏ ସଇତାନ ।।


ଅନ୍ତର୍ଦାହ ମାନବ କୁ କରଇ ବିହ୍ଵଳ

ଅନ୍ତର୍ଦାହ ମାନବକୁ ସଜାଏ ପାଗଳ

ଅନ୍ତର୍ଦାହ ଜୀବନକୁ କରଇ ନିର୍ବଳ

ଜୀବନରେ ଅନ୍ତର୍ଦାହ ଆହା କି ବିକଳ

ତଳିତଳାନ୍ତ କରିଦିଏ ସୁଖ ସଂସାର ।।


ଏ ଦହନୁ ମୁକ୍ତିପାଇଁ ସଦାଚାର ହେଲେ

ଏ ଦହନୁ ମୁକ୍ତି ମିଳେ ସତ୍ୟ ପଥେ ଥିଲେ

କାମନା, ବାସନା ମୁକ୍ତ ହୃଦୟ ମନ୍ଦିରେ

ଅଧିଷ୍ଠିତ କରି ହରି ଭଜନ କୀର୍ତ୍ତନ

କର ତରି ଯିବୁ ବାରେ ଆରେ ମୂଢ ମନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy