STORYMIRROR

Panchanan Jena

Tragedy

4  

Panchanan Jena

Tragedy

ଲୁହଗୀତି

ଲୁହଗୀତି

1 min
251

ଲୁହର ଫସଲ ଅମୂଲ ମୂଲ

ମାନେ ଅଭିମାନେ ମୋତି ମହଲ

ସଞ୍ଚୟ କରିଥା 

ସଂବଳ କରିଥା

ଅକାରଣ ଝରେଇ କରନା ଭୁଲ 

ସକାରଣେ ସାହସ ପାହାଡ଼ ତୁଲ ।


ଜେଜେମା କହୁଥିଲା ଆକାଳେ ସକାଳେ

ଆଜି ମନେପଡ଼େ ଅତୀତ ଅନ୍ତରାଳେ

ଅନ୍ତର ଫାଟିଯାଏ 

ମନ ବତୁରିଯାଏ

ଲୁହର କରିସ୍କା କରିତକର୍ମା କବଳେ ।


ସେହି ଲୁହର ସୁନା ଫସଲ

ଯେବେ ଯାଏ ମଉଳି

ଯେବେ ଯାଏ ଝାଉଁଳି

ଯେବେ ଯାଏ ତରଳି

ତତଲା ଲୌହଖଣ୍ଡ ପରି 

ଲାଭା ଉଦ୍ ଗିରଣ ପରି

ନିରବ ଆର୍ତ୍ତନାଦରେ 

ନିଶିଥର ଏକାନ୍ତ କୋଣରେ

ଲୁହ ପିଇଯାଏ ଓଠ ।


ଅବଶୋଷର ଅମାର ଭଣ୍ଡାର ଡେଇଁ

ହୃଦ ଉଛୁଳା କୋହ

ଆତ୍ମା ଅନଳା ମୋହ

ଦୀର୍ଘଶ୍ଵାସର ହାବୁକା ହାବୁକା

ବିଫଳତା ନିଗଡ଼ୁ ଥାଏ

ଆଖିକୋଣରେ ଅଲକ୍ଷ୍ୟରେ ।


 ଆଖି ଆକାଶରେ

 ଅଦିନ ବାଦଲର ଦସ୍ତକ

ବରଷି ଯିବ କି ?

ବରକୋଳିଆ ନା ବୁନ୍ଦା ବୁନ୍ଦି

ବିନା ଘଡ଼ଘଡ଼ି ଚଡ଼ଚଡ଼ିରେ 

ଜାଣି ହୁଏ ନା କାହିଁକି ?

କଳି ଭାଳି ହୁଏ ନା କାହିଁକି ?


  ତଥାପି ଜଳଛବି କାହାର ଭାସୁ ଥାଏ 

ଆଶା ଆକାଂକ୍ଷାର ବାଲିବନ୍ଧ ଧୋଇ

ତଥାପି ନୀରବେ ଝରୁଥାଏ 

ତିନ୍ତୁ ଥାଏ ତକିଆ

କିନ୍ତୁ ହାଲୁକା ହେଉଥାଏ

ମନ ମଗଜ ଚେତନ କେତନ ଆଉ ହିଆ ।

   

ଲୁହ ତେବେ ଟପକି ଗାଏ

ଲୁହ ତେବେ ଫୁଟି ଶୁଣାଏ

ଲୁହ ତେବେ ନୀରବେ ଝରେ

ବାଦଲଫଟା ବର୍ଷାର ତାଣ୍ଡବରେ

ଭାସିଯାଏ ଖାଣ୍ଡବ ମନ ବନ 

ଝର ଝର ଝମ୍ ଝମ୍ ଝରୁଥାଏ

ତରଳ ଆତ୍ମଗ୍ଳାନିର ଲୁହଗୀତି

ବହଳ ବିଫଳତାର କରୁଣ ପରିଣତି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy