STORYMIRROR

Dr Baman Chandra Dixit

Tragedy

4  

Dr Baman Chandra Dixit

Tragedy

ମୋ ହାତ ମୁଠାର ଅବିର ବାକି

ମୋ ହାତ ମୁଠାର ଅବିର ବାକି

1 min
228


ଫଗୁଣର ଫଗୁ ଉଡୁଛି ଆକାଶେ

ମୋ ହାତ ମୁଠାର ଅବିର ବାକି

ଫେରିବନି ତୁମେ ଅଫେରା ରାଇଜୁ

ତଥାପି ଖୋଜୁଛି ଅବୁଝା ଆଖି।।


ଲାଗୁଛି ଏମିତି ସତେ କି ଯେମିତି

ପଛରୁ କୋଳେଇ ଧରିବ ମୋତେ

ଛଡେଇ ଯିବାକୁ ଜିଦି କରୁଥିବି

ବଢ଼େଇ ବାହୁରେ ଘେରିବ ସତେ

ରଙ୍ଗ ଲଗା ତୁମ ଆଙ୍ଗୁଳିରେ ଛୁଇଁ

ପ୍ରୀତି ଗୀତିକଥା ଯିବ କି ଲେଖି।।


ତୁମ ରଙ୍ଗେ ରଙ୍ଗି ଅଙ୍ଗେ ଅଙ୍ଗେ ଭିଜି

ହଜି ଯାଉଥିବ ଚେତନା ଯେବେ

ତୁମ ଅଙ୍ଗ ଛୁଆଁ କୁହୁକ କିମିଆ

ଘାରି ଯାଉଥିବ ମରମେ କେବେ

ଆବେଗ ବତୁରା ଆତୁର ନିଃଶ୍ବାସ

ଭିଜା ଭିଜା ଅଙ୍ଗେ ଯିବ କି ଲାଖି।।


ଚେଇଁ ଚେଇଁ ଯାହା ଦେଖୁଛି ନିଜେ ମୁଁ

କଳ୍ପନା ନୁହେଁ କି ସପନ ନୁହେଁ

ଅନୁଭବ ଯେବେ ଅଭାବ ପାଲଟେ

ଅପାଶୋରା ହୋଇ ମରମ ଦହେ

ସ୍ମୃତି ମଲା ଜହ୍ନ ଜୋଛନା ମଳିନ

ଆଶ୍ୱାସନା ଭାଷା ଯାଏ ଗୋ ଲେଖି।

ମୋ ହାତ ମୁଠାର ଅବିର ବାକି ।।







ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy