ରାଷ୍ଟ୍ରୀୟ ନବ ଓ ବିଶ୍ୱ ଜଳ ଦିବସ
ରାଷ୍ଟ୍ରୀୟ ନବ ଓ ବିଶ୍ୱ ଜଳ ଦିବସ
ପୃଥିବୀ ତ ଜଳାର୍ଣ୍ଣବ ଥିଲା ଦିନେ
ତାହା ପରେ ଅନନ୍ତ ଶୟନ
ରାଷ୍ଟ୍ରୀୟ ଦିବସ ସାଥେ ଆଜି ପଡେ
ବିଶ୍ୱ ଜଳ ଦିବସ ତ ଜାଣ l
ଆଦି ନାରାୟଣ ସ୍ୱୟଂ ଭଗବାନ
ଏ ସୃଷ୍ଟିର ଆଦ୍ୟ ଆଜି କଲେ
ଚୈତ୍ର ମାସର ଶୁକ୍ଳ ପ୍ରତିପଦ
ତିଥିଟିକୁ ସିଏ ବାଛିଥିଲେ l
ରାମଚନ୍ଦ୍ର ପାଇଁ ଗୁରୁ ବଶିଷ୍ଠ ତ
ରାଜ୍ୟାଭିଷେକ ତ ଆଜି କଲେ
ଧର୍ମରାଜ ଯୁଧିଷ୍ଠିର ଆଜି ମଧ୍ୟ୍ୟ
ସିଂହାସନ ଆରୋହଣ କଲେ l
ବିକ୍ରମାଦିତ୍ୟଙ୍କ ରାଜ୍ୟ ଅଭିଷେକ
ଏହି ଦିବସରେ ହୋଇଥିଲା
ବିକ୍ରମ ସମ୍ବତ ସେହିଦିନ ଠାରୁ
ଭାରତରେ ଲାଗୁ ହୋଇଥିଲା l
ସମଗ୍ର ବିଶ୍ୱର ପ୍ରଥମ ସଂସ୍କୃତି
ଆଦି ଭାଷା ଏ ତ ପୃଥିବୀରେ
ସତ୍ୟ, ଶାନ୍ତି, ଦୟା, କ୍ଷମା, ନ୍ୟାୟ, ପ୍ରେମ
ତ୍ୟାଗର ଶାସ୍ତ୍ର ଏ ଭାରତରେ l
ତା ସାଙ୍ଗେ ସଂଯୋଗ ହୋଇ ଅଛି ଆଜି
ବିଶ୍ୱ ଜଳ ଦିବସ ଟି ଜାଣ
ତେଇଶି ମାର୍ଚ୍ଚ ଜଳ ଦିବସ ଟି
ବିଶ୍ୱେ ପାଇଅଛି ଆଜି ସ୍ଥାନ l
ନବବର୍ଷ ଆମେ ଦିବସେ ପାଳଉ
ଦିବାଲୋକେ ଆମେ ବଳିୟାନ
ରାତ୍ରିଚର ନୋହୁ ରାତିରେ ପାଳିବା
ଜାକଜମକରେ ତେଜୀୟାନ l
ଶୁଦ୍ଧାହାର କରି ତୋରଣ ଲଗାଇ
ପକାଇ ମୁରୁଜ ଛିଟା ମାନ
ଇଶ୍ୱର ଦର୍ଶନ ଅବା ଗଙ୍ଗା ସ୍ନାନ
ପରମ୍ପରା ଏ ଆମର ଜାଣ l
ମାଟି ତଳୁ ଜଳ ଶେଷ ହେଉଅଛି
ଆମେ ପ୍ରଗତି ପଥର ଯାତ୍ରୀ
ନ ଭାବଉ ଜଳ କିପରି ଆସୁଛି
କେଉଁଠୁ ହେଉଛି ୟାର ସୃଷ୍ଟି l
ଜଙ୍ଗଲ କାଟଉ ଜଙ୍ଗଲ ପୋଡ଼ଉ
ନିଜ କୁଠାରରେ ବେକ ହାଣି
ବୃଷ୍ଟିହୀନ ଧରା ହେବ ଯେତେବେଳେ
କେ ରକ୍ଷା କରିବ କାହୁଁ ଆଣି l
ପୃଥିବୀରେ ତିନି ଭାଗ ଜଳ ଥାଇ
ଜଳ ହୀନ ଏବେ ଏ ଧରଣୀ
ଶୁଦ୍ଧ ଅମ୍ଳଜାନ ଆଉ ନ ମିଳଇ
ବାୟୁ ତ ଦୂଷିତ ହେଲା ପୁଣି l
ଜଳ ବାୟୁ ଯଦି ନମିଳିବ ଭାଇ
ଆମେ କି ଧରିବା ଏ ଜୀବନ
ବେଳ ଥାଉ ଥାଉ ଉପାୟ ଟି ଦେଖ
କର ଏବେ ଜଳ ସଂରକ୍ଷଣ l
ଏ ରାଷ୍ଟ୍ରୀୟ ନବବର୍ଷ ରେ ତ ଆମେ
ବିଶ୍ୱ ଜଳ ଦିବସ ପାଳିବା
ଶପଥ କର ହେ ବିଶ୍ୱବାସୀ ସର୍ବେ
ଜଳ ଅପଚୟ ନକରିବା l
