STORYMIRROR

ସୁଦୀପା ପାତ୍ର ନାୟକ

Romance Tragedy Others

4  

ସୁଦୀପା ପାତ୍ର ନାୟକ

Romance Tragedy Others

ଅଭିଶପ୍ତ ହୃଦୟ

ଅଭିଶପ୍ତ ହୃଦୟ

1 min
225

ଅସ୍ତରଙ୍ଗ ଢେଉ ମନ ସାଗରରେ

ନିର୍ଲିପ୍ତ ବ୍ୟାପକ ସପନ

ଅଙ୍କାବଙ୍କା ରାସ୍ତା ଜୀବନ ମାର୍ଗରେ

ଅସୁମାରି ସ୍ୱପ୍ନ ଏଠି ମହଙ୍ଗା।


ଅଭିଶପ୍ତ ହୃଦୟ ବେଦନା ସମ୍ଭାଳି

ଅତିକ୍ରମଶୀଳ ନିର୍ଜନ ପଥକୁ

ତୁମ ସ୍ମୃତି ର ଦମ୍ଭରେ ପଥର ସାଜିଛି

ଅକୁହା କଥା ସବୁ ହୃଦୟରେ ଧରି।


ନାହିଁ ଅଭିଯୋଗ ନାହିଁ ଅନୁତାପ

ନାଁ ଅଛି କିବା କାମନାର ରାଗ

ବିରହିଣୀ ତୁମ ଖିଆଲି ହୃଦୟ ଗହ୍ୱରେ

ଏ ପ୍ରତିକ୍ଷା ର ଅନ୍ତ କେବେ ହେବ କି ନାହିଁ।


ଭାବନାରେ ତୁମେ ଓ ତୁମ ଛବି

ଅବିକଳ ଦୃଶ୍ୟ କିବା ହୁଅ ଉପସ୍ଥିତି

ବୁଝି ବି ଅବୁଝା ଏଇ ମୋ ହୃଦୟ

ପଚାରେ ନିଜକୁ ଉତ୍ତର କେଉଁଠି?


ଆସ୍ୱାସନା ତୁମ ଅଦୃଶ୍ୟ ରେ ପୂର୍ଣ୍ଣ

ଜାଗିଉଠେ ହୃଦୟୁ ଦୃଢ ଚେତନା

ସଜାଗ କରାଏ ଯେପରି ଆଉଁସି ମଥାକୁ

ଧର୍ଯ୍ୟ ଧରି ବାଟ ଚାଲେ ଆଗକୁ ଆଗକୁ।


କଣ୍ଟକିତ ପଥ ତୁମ ବିନା ସାଥି

ଅଭିଶପ୍ତ ହୃଦୟ ଓ ଏ ଜୀବନ

ଭେଟା ଭେଟି ନ ହେଲା ନାହିଁ ଏ ସମୟେ

ଆଗାମୀ ସମୟେ ଆସିବି ତୁମର ମୁଁ ନିଜର ହୋଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance