STORYMIRROR

ସୁଦୀପା ପାତ୍ର ନାୟକ

Classics Others

3  

ସୁଦୀପା ପାତ୍ର ନାୟକ

Classics Others

ଫଗୁଣ ରଙ୍ଗ

ଫଗୁଣ ରଙ୍ଗ

1 min
208

ପ୍ରୀତି ବସନ୍ତରେ ଆସିଛି ଫଗୁଣ

ସତେକି ଆସର ମେଲାଇ ଧରା

ପୁର ଠୁଁ ପଲ୍ଲୀ ଯେ ବାସ୍ନା ସୁଗନ୍ଧର

ଚଉଦିଗେ ହୁରି ସତେ ଦୋଳ ଯାତରା !


ଚକମକ ହୋଇ ଦିଶୁଛି ଆକାଶ

ତାରକା ମେଳରେ ଚନ୍ଦ୍ର ଉଦିଆ

ଚକା ଜହ୍ନ ଦିଶେ ଲୋ ସୁନ୍ଦର

ବିମାନେ ଗୋବିନ୍ଦ ହୋଇଛନ୍ତି ଠିଆ।।


ଫାଲଗୁନ ପୂର୍ଣ୍ଣିମାରେ ଫଗୁ ଅବିରତ

ଅବିରତ ଝରେ ମଧୁ ଖୁସି ମନମଉଜ

ନଥାଏ ଯେ ଗ୍ରୀଷ୍ମ ପ୍ରବାହର ଜ୍ୱାଳାକୁ

ନା ଥାଏ ହିମବାହ ନା ଥାଏ ଯେ ଝଡ଼।।


ଦୋଳ ଗୋବିନ୍ଦଙ୍କ ସଙ୍ଗେ ମଦନମୋହନ

ବଂଶୀଧାରୀ ବୋଳନ୍ତି ଯେ ପ୍ରୀତିର ଅଭିର

ଭୂଦେବୀ ଶ୍ରୀଦେବୀ ସଙ୍ଗରେ ରାଧା ମାଧବ

ଦଶଦୋଳ ବିମାନରେ ସଖିମାନଙ୍କର ମେଳ।।


ନାଚଇ ଧରଣୀ ରାଣୀ ଅମ୍ବର ଯେ ନଭ

ଠାବେ ଠାବେ ଗ୍ରାମେ ଗ୍ରାମେ ଯେ ପୁଣି

ଘଣ୍ଟ ଘଣ୍ଟୁଆ ପାଳିଆ ସେବାୟତମାନଙ୍କ

କୀର୍ତ୍ତନ ନାଟ ପୁଣି ମେଲଣ ଯାତ୍ରା ମଉଜ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics