STORYMIRROR

ସୁଦୀପା ପାତ୍ର ନାୟକ

Classics Inspirational Others

4  

ସୁଦୀପା ପାତ୍ର ନାୟକ

Classics Inspirational Others

ପ୍ରଭୁ ଚକ୍ରପାଣି

ପ୍ରଭୁ ଚକ୍ରପାଣି

1 min
323

ଏ ଅଭିମାନୀ କାଳିଆ ସାଆନ୍ତ

              ଅଭିମାନ ଭରା ତୁମରି ଆଶିଷ

ଦୁ଼ଃଖର ଭାରାକୁ ଲଦି ଦେଇ ତୁମେ

           ତୁମ କରୁଣା ବାରିଧି ଝରାଇ ଦେଉଛ

ଐଶ୍ୱର୍ଯ୍ୟ ସୁଖ ଦେଇନ ଵୋଲି ତ

                ଝୁରୁଛି ତୁମ ମୁଖ ଚନ୍ଦ୍ର ରାଶି

ଧନ ଯଦି ଥାନ୍ତା ଅମାପ ଅସୀମ

    ଏ ଅଝଟ ମନ କ'ଣ? ବୁଝିପାରି ଥା'ନ୍ତା ତୁମ ମାୟାକୁ

ହେ ନିରାକାରମୟ କୋଟି ବ୍ରହ୍ମ ସିନ୍ଧୁ

              କୃପାକୁ ଓଜାଡି ଦେଖାଅ ସତ୍ ମାର୍ଗକୁ

ଦିନ ଚାଲିଯାଉ ହଜି ଯାଉ ରାତି

               ସିନ୍ଧୁ ଜ୍ୟୋତି ହୋଇ ପ୍ରକାଶ ହୁଅନ୍ତୁ 

ଗଗନ ପବନ ନିତି ଭଜୁ ତୁମ ନାମ

          ପ୍ରଚାର ପ୍ରସାର ହେଉ ଯେ ନବ ଘନ ଶ୍ୟାମ

କଳ୍ପବଟ ତୁମ ଛାୟା ବିସ୍ତାରିତ ଚିର

         ଅଧମ ଜଗତକୁ ଉଧାରୁ ତା'ର ଛାୟା କୋମଳ

ଦିବସ ରଜନୀ ପ୍ରଫୁଲ୍ଲିତ ହେଉ ଯେ

              ତୁମ ନାମ ଭଜି ପ୍ରସ୍ଫୁଟିତ ହେଉ ପ୍ରାଣୀ

କଳୀ କୁ ହରି ତୁମେ ସତ୍ୟ ଆଗମନେ

          କୋଳେଇ ନେଇ ଯାଅ ହେ

                         ଆହେ ପ୍ରଭୁ ଚକ୍ରପାଣି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics