ଦୁନିଆ ବଦଳେଇ ଦେଲା ଭଳି ଚିନ୍ତା
ଦୁନିଆ ବଦଳେଇ ଦେଲା ଭଳି ଚିନ୍ତା


ଦୁନିଆ ବଦଳେଇ ଦେଲା ଭଳି ଚିନ୍ତା
କ'ଣ? ଅଛି ଏହି ସମୟର ଭାବନାରେ
ପ୍ରତିଟି ହୃଦୟରେ ଅବା କାର୍ଯ୍ୟକାରିତାରେ!
ଅଛି ତ କେଵଳ ସ୍ୱାର୍ଥପରତା ଓ କୁଟୀଳତା ପୂର୍ଣ୍ଣ
ମନ ବାକ୍ୟ ତଥା ବ୍ୟବହାରଗତ ପରିବର୍ତ୍ତନରେ।
ନିଜର ସାମ୍ରାଜ୍ୟ ବିସ୍ତାରର ଆକାଂକ୍ଷାକୁ
ପ୍ରଶଂସନୀୟ ବ୍ୟକ୍ତିତ୍ଵ ପ୍ରାପ୍ତିର ଲକ୍ଷ୍ୟ
ଉଭୟ ଦିଗରେ ଆଗେଇଛନ୍ତି ଏ ସମାଜ
ଦେଖାଣିଆ ତ କେବଳ ଏଠି ସମବେଦନା
ସମୟ ସ୍ରୋତରେ ଭାସିଯାଏ ଆଖି ପିଛୁଳାକେ।
ଅଭାବ ଘୋର୍ ଅଭାବ ଏଠି ଆତ୍ମୀୟତା
ଅଭାବ ଘୋର୍ ଅଭାବ ପୁଣି ମାନବିକତା
ରାତ୍ରି ର ଅନ୍ଧକାରରେ ବିଲୀନ ଚେତନା
ସାମଞ୍ଜସ୍ୟ ଅଛି ତ କେବଳ ଚତୁରତାର
ଦେଖାଯାଏ ଏଠି ନିଷ୍ଠୁର ବିବେକ କଠୋର।
ଅନେକ ଚିନ୍ତା ର ଅଭ୍ୟୁଦୟ ଘଟୁଛି ସତ
ଅୟମାରମ୍ଭ ରୁ ନେଇ ପୁନଃ ସଂସ୍ଥାପନ ପାଇଁ
ମାତ୍ର ଲୋପ୍ ସେହି ଦୃଢ଼ ଇଚ୍ଛାଶକ୍ତି ଓ ଦୁରଦୃଷ୍ଟି
ମନୋବଳ ଦୁର୍ବଳକୁ ଏକତା ନଥିବା ଠାଉରିଆ ପ୍ରୀତି
ଲହରୀ ଢେଉରେ ବାଲିଘର ଦିନେ ଧୋଇଯିବ ନିହାତି।
କୃଷ୍ଣ,ବଳରାମ ତଥା ଭୀମ ଅର୍ଜୁନ ପରଶୁରାମ
ନାହାନ୍ତି କେହି ସତ୍ଜନ ଯୋଦ୍ଧା ସମର୍ଥନ ମହର୍ଷି
ନାହିଁ ସେହି ଗୁରୁକୂଳ ବିଶ୍ୱାମିତ୍ର ଆଶ୍ରମ ଆଚାର
ସଂସ୍କୃତ ଶାସ୍ତ୍ର ଅଧ୍ୟୟନ ଅବା ସଂସ୍କାର ବିଚାର
ଗୀତା ଭାଗବତ ଚଉତିଶା ଖାଲି ଉଚ୍ଚାରିତ ସ୍ୱର।
ସେ କାଳର ବାଲ୍ମୀକି ତ ଅତିତର ଚରିତ୍ର ଟିଏ
ନାହିଁ ତାଙ୍କ ମର୍ଯ୍ୟାଦାର ଗାଥା ଆଉ ଶିକ୍ଷା
ସବୁ ପୋଥି ପୁ
ସ୍ତକ ମଧ୍ୟରେ ବିଲୀନ ହୋଇ
ରହିଛି କେବଳ ଘଟଣାର ଅନୁସନ୍ଧାନ ପରି ଜଡ
ଆବୁରିଛି ପ୍ରସାର ପ୍ରଚାର କେବଳ ପାଶ୍ଚାତ୍ୟ ପାଞ୍ଜିର।
ଅଧୁନା ଭୁଲିଛି ସମୟ ପୂର୍ବ ଐତିହ୍ୟ ଗାରିମା ଗାଥା
ଭାସୁଛି ସୁଅଛୁଟୁଛି ଆଧୁନିକତାର ରଙ୍ଗୀନ୍ ଖରସ୍ରୋତା
ତୀକ୍ଷ୍ମ ରୁ ତୀକ୍ଷ୍ମ ନଜର ରଖନ୍ତି ଶାଗୁଣା ପରି ଆଖି ମାନ
ନିଜ ସୁଖ ସୁବିଧାବାଦୀ ଚିନ୍ତା ଚେତନାକୁ ଜାବୁଡି ଧରି
ଅଗ୍ରସର ହେଉଥାନ୍ତି ନିଜ ନିଜର ରଣକୌଶଳ ପ୍ରସ୍ତୁତିରେ।
ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତ୍ତିତ ଅଶୋକ
ତଥା ଖାରବେଳ ଜଜାତିକେଶରୀ ସାଲ୍ୱନରସିଂହ
ମାତୃଭୂମି ନିମନ୍ତେ ଅନେକ ଉତ୍ସର୍ଗୀକୃତ ଚରିତ୍ରମାନ
ସେସମୟର ଯୋଗଜନ୍ମା ଯୋଗେନ୍ଦ୍ର ଯୋଗେଶଗଣ
କେବଳ ଜଣେ ଜଣେ ପ୍ରଚ୍ଛଦପଟ୍ଟର ସ୍ମୃତି ଗୋଚରରେ।
ଆଇନ୍ ଶୃଙ୍ଖଳା ପରିସ୍ଥିତି ମଧ୍ୟ ସମାନ ଧରଣର
ବାଟମାରଣା ଏଠି ନିରୀହ ଜୀବନ ଟଙ୍କାର ସୈାଦାରେ
ଗୋମାତାଙ୍କୁ ବ୍ୟଭିଚାର ହୀନମାନସିକତା ବିଚାରରେ
ସତ୍ୟର ମୁଖୁଡା ଉହାଡରେ ଅସତ୍ୟଧାରୀ ମଣିଷର
ସ୍ମିତହସ କ'ଣ ଦୁନିଆ ବଦଳେଇ ଦେଲା ଭଳି ଚିନ୍ତା କରିପାରେ?
ଦୁନିଆ ବଦଳେଇ ଦେବାର ଚିନ୍ତା କେବଳ କଳ୍କୀ ହାତରେ
ଏବେ ବସିଛି ସେ ଚକାଆଖି ହୋଇ ରତ୍ନସିଂହାସନରେ
ଘେରିରହିଛନ୍ତି ପଞ୍ଚଦିଶା ମଣ୍ଡଳୀର ନୀଳକଣ୍ଠେଶ୍ଵର ଶମ୍ଭୁ
ଲୋକନାଥ ଚତୁର୍ଧାମ ବଲ୍ଲଭ ଯୋଗେଶ୍ୱର ନୟନ
ରଚିବେ ତାଣ୍ଡବଲୀଳା ଅଭ୍ୟୁଥାନ ହେବ ଅଧର୍ମ
ସଂସ୍ଥାପନ ହେବ ଧର୍ମ ବଦଳିଯିବ ଦୁନିଆ ସୁଚିନ୍ତାରେ ପୁରିବ କର୍ମ।