ଖୋଜୁଛି ସେହି ମୋ ଶୈଶବ ଦିନ
ଖୋଜୁଛି ସେହି ମୋ ଶୈଶବ ଦିନ
କଟକିଝିଅରୁ ମୁଁ କନିଆଁ ହେଲି
ଗୋବିନ୍ଦପୁରର ହେଲି ମୁଁ ବୋହୂ
ପାଦେ ଚାଲୁଚାଲୁ ଝୁଣ୍ଟୁଥିଲି ନିତି
ସଂସାରୀ ସମୟ ଦେଲା ସଜାଡି।
ନଖରୁ ପାଦକୁ ମାଜୁଥିଲି କେତେ
ନିରୁଖୁଥିଲି ମୋ ରୂପସୌନ୍ଦର୍ଯ୍ୟକୁ
ପାନରୁ ଚୂନ ଟିକେ ଖସୁଥିଲା ଯଦି
କାନ୍ଦି କାନ୍ଦି ଗୋଡ କଚାଡୁଥିଲି।
ସକଳ ସୂରୁଜ ନଦେଖେ କେବେହେଁ
ଦିନ ଅଧାଘଡିରେ ଭାଙ୍ଗେ ମୋ ନିଦ
ଆଇନି ହାକିମି ରାଜୁତି ରାଗ ଅଝଟ
କରିକରି ନିତି ବିତୁଥିଲା ମୋ ଦିନ।
ବାପାଙ୍କ ଝିଅମୁଁ ମା'ର ଗେହ୍ଲି ଯେ
କୂଳେ ସାଜୁଥିଲି ହୋଇ କୂଳଚନ୍ଦ୍ରମା
ଦଇବ କୂଟକପଟି ସହି ନ ପାରିଲା
ଗେଲବସରକୁ ମୋ ନେଲାଛଡାଇ।
ବାପାମା' ଦୁହିଁଙ୍କ ଆଖିର ପିତ୍ତୁଳା
ଦୁହିଁଙ୍କର ସେନେହ ଶରଧା ମାଳି
ମମତାରେତାଙ୍କ ମାଳକରିମୋତେ
ବେକରେ ତାଙ୍କ ଝୁଲଉଥିଲେନିତି।
ଅଠର ବରଷ ଦିନକେଇ ଗୋଟି
ବିଧାତା ଛନ୍ଦିଲା ବିବାହଗଣ୍ଠିରେ
ଗେହ୍ଲବସରିଆ ଦିନସବୁ ମୋର
କେଇଘଡିକିରେ ନେଲା ଛଡାଇ।
ଆକଟ ସମୟ ବୁଝେଇ କହିଲା
ଥିଲୁଝିଅ ତୁ ଏବେ ହେଲୁ ଲୋବୋହୂ
ସମୟ ଗତିରେ ପାଦ ସିଧା ଥାପୁ ଥିବୁ
ବଙ୍କା କଲେ ପାଦ ସଂସାର ଯିବ ଦୂରେଇ।
ସମୟ ଗତିରେ କୋଳରେ ଖେଳିଲେ
ଝିଅ ପୁଅ ମୋହର, ହେଲି ମୁଁ ମାଆ
ତାଙ୍କ ଶୈଶବର ଅଳି ଅଝଟରେ ମୁଁ
ଦେଖୁଛି ଖୋଜୁଛି ମୋ ଶୈଶବର ଦିନ।
