ହିଂସା କପଟ ଦୁନିଆ
ହିଂସା କପଟ ଦୁନିଆ
ଜନ ବିଭୀଷିକା ଚିନ୍ତିତ କରୁଛି
ପର ହିଂସା ଅନୁକ୍ଷଣ,
ଦିନ ବିତୁଅଛି ପରର କଥାରେ
କରୁଛି ଦୁଖିତ ପ୍ରାଣ।
ନିଜ ଗୃହ ଚିନ୍ତା ନକରେ ଜୀବନେ
କେତେ ଦୋଷ ଭରି ଅଛି,
ପରର କଥାକୁ ଜପମାଳି କରି
ନିଜେ ସେ ଖୁସି ହେଉଛି।
ଦୁରାଚାରୀ ଅଟେ ସମାଜ ପଟଳେ
ନହେବ ଭଲ ତାହାର,
ନର୍କେ ପଡ଼ି ସେହୁ ଛଟପଟ ହେବ
ଆସିବ ଘନ ଅନ୍ଧାର।
ପର ନିନ୍ଦା ନୂହେଁ ଜୀବନେ କର୍ତ୍ତବ୍ୟ
କର୍ତ୍ତବ୍ୟ ଟି ପ୍ରଭୁ ସେବା,
ପର ଅହଂକାରେ ବିନାଶ ତାହାର
କର୍ତ୍ତବ୍ୟ ଟି ଜନସେବା।
ପର ନିନ୍ଦା ପାଇଁ ସମୟ ବ୍ୟତୀତ
ମହା ମୁଢ ବୋଲି ଜାଣ,
ଭିକାରୀ ପରିଟି ଜୀବନ ବ୍ୟତୀତ
ମହାପାପୀ ବୋଲି ମଣ।
ପର ହିଂସା କରି କି ଲାଭ ପାଉଛି
ଅର୍ଜନ କରୁଛି ପାପ,
ସମୟର ଚକ୍ର ମୋଡି ଦିନେ ଯିବ
ବିନାଶ କରିବ ପାପ।
ପର ନିନ୍ଦା ଅଟେ ପାପର ଅର୍ଜନ
ଭଲ ନହେବେଟି କେବେ,
ପର ହିଂସା କରେ ଯେଉଁ ନରାଧମ
ନମିଳିବ ସୁଖ କେବେ।
ପ୍ରଭୁଙ୍କ ବଚନ ଶାସ୍ତ୍ରରେ ବର୍ଣ୍ଣିତ
ଜ୍ଞାନୀ ହିଁ ତାହା ଜାଣିବ,
ନରାଧମ କେବେ ନ ବୁଝିବ ସେହୁ
ପାପରେ ପଡ଼ି ରହିବ।
କର୍ତ୍ତବ୍ୟ ଆମର ରାଷ୍ଟ୍ର ସେବା ପାଇଁ
ପର ନିନ୍ଦା କାହିଁ ପାଇଁ?
ଜୀବନଟି ଆମ ଜନ ସେବା ପାଇଁ
ପର ହିଂସା କାହିଁ ପାଇଁ?
ଧର୍ମପଥ ଆମ ଜୀବନେ ରତନ
ଅଧର୍ମୀ ବନୁଛୁ କିମ୍ପା?
ସତ୍ୟମାର୍ଗ ଅଟେ ମନୁଷ୍ୟର ପଥ
ଅସତ୍ୟର ବାଟ କିମ୍ପା?
ଜଗନ୍ନାଥ ଭକ୍ତି ଜୀବନେ ଚନ୍ଦନ
ନକରୁ ଭକ୍ତିଟି କିମ୍ପା?
ସମଭାବ ମନ୍ତ୍ର ଜୀବନ ଆଧାର
ପରର କଥାରେ କିମ୍ପା?
ଛାଡି ପର ନିନ୍ଦା କର ପ୍ରଭୁ ଭକ୍ତି
ସତ୍ୟ ମାର୍ଗେ କର ପଥ,
ସମଭାବ ମନ୍ତ୍ର ଗ୍ରହଣ କରିଣ
କର ଜନସେବା ପଥ।