STORYMIRROR

ଦୀପଙ୍କର ଦାସ

Abstract Romance Tragedy

3  

ଦୀପଙ୍କର ଦାସ

Abstract Romance Tragedy

ତୁମ ବିନା

ତୁମ ବିନା

1 min
349

ତୁମେ ମୋତେ ରବିବାର ପରି ଲାଗ

ଯାହାର ଆସିବାର ଅପେକ୍ଷା ସବୁବେଳେ ଥାଏ

ଆଉ ଦିନର ଶେଷରେ ଏକାନ୍ତରେ

ପଦୁଟିଏ କାନେ କହିଯାଅ

ଆଶାର ସହରେ ନୂଆ ଫୁଲଟି ଫୁଟିଛି

ଅପେକ୍ଷା କରିବ ପୁଣି ଫେରିବି।

ଶେଷ ରାତ୍ରିରେ ତୁମେ ଶୁଭ ରାତ୍ରିର ଶୁଭେଚ୍ଛା ହେଇ

ନିଦର ଏକ ଚାଦର ନେଇ ଆସ

ଆଗ ସକାଳକୁ ତୁମେ ହିଁ ଶୁଭ ସକାଳର ଭାବନା ହେଇ

ଠାକୁର ଘରର ଚନ୍ଦନ ଭଳି ବାସ

ଛାଡ଼ ମୋର ପ୍ରେମିକା ନହେଲ ନାହିଁ

ମୋ ମାଆ ର ବୋହୂ ହେଇ ତ ଆମ ଘରକୁ ଆସ।

ସକାଳ ସୂର୍ଯ୍ୟର ରଙ୍ଗ ମୋ ମାଆ ମଥାର ବିନ୍ଦୀ ପରି

ଆଉ ସନ୍ଧ୍ୟା ସୂର୍ଯ୍ୟ ର ରଙ୍ଗ ମୋ ପ୍ରିୟା ଓଠର ଲିପଷ୍ଟିକ୍ ପରି

ଦିନ ତମାମ ଖାଲି ସମ୍ପର୍କର ବୋଝ ବହେ

କିନ୍ତୁ ରାତ୍ରିଟା କେବଳ ପ୍ରିୟା ତୁମର ହେବାକୁ ଚାହେଁ।

କୁହ କେଉଁଠି ଶୁଖେଇବି ମୋର ଏଇ ଆଖିକୁ

ଯିଏ ତୁମ ବିନା ଏବେ ବହୁଛି

କୁହ କେମିତି ରଖିବି ଏଇ ଲେଖନୀ

ଯିଏ ତୁମର ବିରହେ ଚାଲିଛି

କୁହ କେମିତି କବର ଦେବି ତୁମ ସ୍ମୃତିକୁ

ଯିଏ ନିଶ୍ୱାସ ହୋଇ ସଦା ବହୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract