STORYMIRROR

ସୁଦୀପା ପାତ୍ର ନାୟକ

Romance

3  

ସୁଦୀପା ପାତ୍ର ନାୟକ

Romance

ପ୍ରେମର ବାସ୍ନା

ପ୍ରେମର ବାସ୍ନା

1 min
214

ବାସ୍ନା ସୁଗନ୍ଧର ପ୍ରତି କାନନରେ

ଆଭାସେ ଯୌବନ ଋତୁ ଆଗମନେ

ଖେଳିଯାଏ ବାସ୍ନା ପ୍ରେମ ଅନୁରାଗେ

ଗୁଞ୍ଜରିତ ପ୍ରୀତି ମହ୍ଲାର ହୃଦ ତନୟେ।


ଅଳସପଣରୁ ତତ୍ପରତା ମନ

ଅନିଦ୍ରା ମନ୍ତ୍ରୋଚ୍ଚାରଣ ପ୍ରେମର

ନୟନ ଯୁଗଳ ଅପଲକ ପତାରେ

ସାଥୀଟିର ଦର୍ଶନ ଅଭିଳାଷ ନେଇ।


ବାସ୍ନା ସେ ପ୍ରେମର ସଭିଙ୍କୁ ଛୁଏଁ

ଅଦୃଶ୍ୟ ସ୍ଥିତିରେ ଉଜ୍ଜୀବିତ ରହି

କେବେ ପରୀକ୍ଷାର ସମୟ ନିର୍ଘଣ୍ଟେ

କେବେ ଲବଳେଶ ସ୍ମୃତିଟିଏ ହୋଇ। 


ନିଛନ୍ଦ ନିର୍ଦ୍ୱନ୍ଦ୍ୱ ସରଳ ରୂପ ତା'

ଗଢିତୋଳେ ସ୍ୱବିଶ୍ୱାସ ମଜଭୁତ

ପରଶୁଥାଏ ସେ ମଧୁ ମିଷ୍ଟାନ୍ନର

କ୍ଷୁଧାୟିତ ପ୍ରାଣ କ୍ଷଣିକେ ମେଣ୍ଟଇ।


ବିଶ୍ୱାସର‌ ଜଡ ତାଜମହଲ ପରି

ପ୍ରେମ ପାଇଁ ଦୃଢ ଚେତନା ସିଏ

ବଜାୟ ରହିଲେ ଚିର ଅନୁକୂଳ

ନ ରହିଲେ ସମୁଳେ ବିନାଶ ଯାଇ।


ଅନ୍ଧ କରେ ମନ ଓ ନୟନକୁ

ବିବେକ ହରାଏ ସ୍ୱାର୍ଥର ଆଶା

ଅର୍ପଣ କରେ ସେ ସମ୍ପୂର୍ଣ୍ଣ ନିଜକୁ

ପ୍ରକୃତ ପ୍ରେମର ବାସ୍ନା ହୋଇ।


ନିଃସ୍ୱାର୍ଥପରତା ପ୍ରକୃତ ଲକ୍ଷଣ

ହୋଇ ମନ୍ତ୍ରମୁଗ୍ଧ ପ୍ରେମ ନିବେଦନ

ବାସନା ବଦଳେ ଉପାସନା ରୂପେ

ନିଚ୍ଛକ ପ୍ରେମ ପ୍ରକାଶ୍ୟ ବିକିରଣ ହୋଇ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance