STORYMIRROR

ସୁଦୀପା ପାତ୍ର ନାୟକ

Abstract Tragedy Others

3  

ସୁଦୀପା ପାତ୍ର ନାୟକ

Abstract Tragedy Others

ଅଫେରା ଦେଶର ପାଟ୍ଟରାଣୀ

ଅଫେରା ଦେଶର ପାଟ୍ଟରାଣୀ

1 min
187


ଅଫେରା ଦେଶର

ପାଟ୍ଟରାଣୀ ହୋଇ

ସଧବା ଦୁର୍ଲଭ ବେଶରେ ସଜେଇ

ପାଟ୍ଟ ଶାଢ଼ୀ, ଶଙ୍ଖା,ସିନ୍ଦୂର ଲଗେଇ

ଡେଙ୍ଗୁରା ଶବଦେ ଖଇ,କଉଡି ନେଇ

ଚାଲିଗଲ ତୁମେ ସବୁଦିନ ପାଇଁ।।

ଅବଶୋଷ!! ତୁମ ସ୍ମୁତି କାନନରେ,

ମନ ବିହଙ୍ଗ ଯେ

ଏ ଡାଳୁ ସେ ଡାଳକୁ

ଖୋଜେ ନିତି ତୁମ

ସେନେହ,ସରଧା ସିକୁଳି।।

ନିସ୍ତେଜ ତୁମେ

ସତେଜ୍ ତୁମର ଗାଳି,

କିଛି ମିଠାମିଠା ରାଗ ଅଭିମାନ

ଆଉ କିଛି ନିଶବ୍ଦ ଇଙ୍ଗିତ ଲହରି

ଅଭୁଲା ଅତିତର କୋହଭରା କଥା

ଧାରଧାର ଲୁହ କ୍ଷୋଭରେ ଝରଇ।।

ଆଶା ତୁମର

ମୁଁ ତୁମ ନିରାଶା କାରଣ,

ରୁଷି ଗଲ ଯେ,

 ଆଉ ନ ଫେରିଲ

 କରି ମୋତେ ଚିର ହିନିମାନ।।

(ମା'ର ପ୍ରତିରୂପ ମାଉସୀ......)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract