ଅଫେରା ଦେଶର ପାଟ୍ଟରାଣୀ
ଅଫେରା ଦେଶର ପାଟ୍ଟରାଣୀ
ଅଫେରା ଦେଶର
ପାଟ୍ଟରାଣୀ ହୋଇ
ସଧବା ଦୁର୍ଲଭ ବେଶରେ ସଜେଇ
ପାଟ୍ଟ ଶାଢ଼ୀ, ଶଙ୍ଖା,ସିନ୍ଦୂର ଲଗେଇ
ଡେଙ୍ଗୁରା ଶବଦେ ଖଇ,କଉଡି ନେଇ
ଚାଲିଗଲ ତୁମେ ସବୁଦିନ ପାଇଁ।।
ଅବଶୋଷ!! ତୁମ ସ୍ମୁତି କାନନରେ,
ମନ ବିହଙ୍ଗ ଯେ
ଏ ଡାଳୁ ସେ ଡାଳକୁ
ଖୋଜେ ନିତି ତୁମ
ସେନେହ,ସରଧା ସିକୁଳି।।
ନିସ୍ତେଜ ତୁମେ
ସତେଜ୍ ତୁମର ଗାଳି,
କିଛି ମିଠାମିଠା ରାଗ ଅଭିମାନ
ଆଉ କିଛି ନିଶବ୍ଦ ଇଙ୍ଗିତ ଲହରି
ଅଭୁଲା ଅତିତର କୋହଭରା କଥା
ଧାରଧାର ଲୁହ କ୍ଷୋଭରେ ଝରଇ।।
ଆଶା ତୁମର
ମୁଁ ତୁମ ନିରାଶା କାରଣ,
ରୁଷି ଗଲ ଯେ,
ଆଉ ନ ଫେରିଲ
କରି ମୋତେ ଚିର ହିନିମାନ।।
(ମା'ର ପ୍ରତିରୂପ ମାଉସୀ......)
