STORYMIRROR

ଦୀପଙ୍କର ଦାସ

Abstract Romance Tragedy

3  

ଦୀପଙ୍କର ଦାସ

Abstract Romance Tragedy

ଭଲ ପାଏ

ଭଲ ପାଏ

1 min
357

ଗରମ ମାନେ କଣ

ତୁମ ନିଶ୍ୱାସ

ଶୀତ ମାନେ କଣ

ତୁମରି ସ୍ପର୍ଶ

ଶ୍ରାବଣ ର ଅର୍ଥ

ତୁମ ଲୁହ

ଯନ୍ତ୍ରଣା ମାନେ

ତୁମ କୋହ

ସବୁଠୁ ମିଠା

ତୁମ କଥା

ଆଘାତ କିଏ ଦିଏ

ତୁମ ବ୍ଯଥା

ହ୍ରଦ ଦେଖିଛ

ତୁମ ଆଖି

କଣ କାମ କର

ତୁମକୁ ଭଲପାଏ ସଖୀ।


ମୋ ଓଠରେ ତୁମ ଶୋଷ ଦେଇ ଦେଖ

ସବୁ ମେଣ୍ଟେଇ ଦେବି

ମୋ ଆଖିରେ ଥରେ ତୁମ ସ୍ବପ୍ନ ଭରି ଦେଖ

ସବୁ ପୂରଣ କରିବି

ମୋ ଉପରେ ଥରେ କେବେ ଭରସା କର

ଦେଖିବ ମରିଯିବି

ତଥାପି ତୁମ ଓଠର ଲିପଷ୍ଟିକ ହୋଇ

ସବୁବେଳେ ହସୁଥିବି।

ନିଶ୍ୱାସ ଧୀରେ ଧୀରେ ଚାଲିଛି

ବିଶ୍ୱାସ କିନ୍ତୁ ବଢୁଛି

ସ୍ପନ୍ଦନ ଗତି କମେଇଛି

ଭଲପାଇବା କିନ୍ତୁ ବଢୁଛି

ବୟସ ଟା ମୋର ବହୁତ ଧୀରେ ବଢୁଛି

ତୁମେ ଆସିଲ ବୋଲି ଆଉ ବେଶୀ ଦିନ ବଞ୍ଚିବାକୁ ଇଚ୍ଛା ହଉଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract