STORYMIRROR

Satyabati Swain

Tragedy

3  

Satyabati Swain

Tragedy

ନୀଳକୃଷ୍ଣ

ନୀଳକୃଷ୍ଣ

1 min
293

ସାରା ଶରୀରଟା

ତୁମ ପାଖେ ଅଜାଡି ଦେଇଛି

ସଜାଡି ଦେଇଛି

ତୁମ ମନ ,ହୃଦୟ ଅଭ୍ୟାସ, ପ୍ରକୃତି

ଘର ଓ ସଂସାର ।


ତୁମେ ମୋତେ

କର୍ଷଣ,ଶୋଷଣ, ଧର୍ଷଣ

ଆଲିଙ୍ଗନ

ଚୁମ୍ବନ ଦେଇଛ

ଇଛା ଥାଉ ବା

ନ ଥାଉ ।


ମୁଁ ଚାଲିଛି ତୁମ ସହ

କେବେ ନଈ ଭିତରେ

ତ କେବେ ଜଙ୍ଗଲରେ

ପୁଣି କେବେ ଚଢ଼ିଛି ପାହାଡ଼

ମୋ ଇଚ୍ଛାର ତଣ୍ଟି ଚିପି।


ଚା ପତି ପରି ସିଝିଛି

ତୁମେ ଏବଂ ତୁମ ପରିବାର ଲୋକେ

ପ୍ରତିଦିନ ପିଉଛ ମୋତେ କପେ କପେ।


ନୀଳ ତମିସ୍ରା ଭେଦି

ନୀଳ ପତ୍ର ମେଲି

ନୀଳ ତୃଷ୍ଣା ନେଇ

ନୀଳ ନଦୀ ପାରି ହେବା ପାଇଁ

ଏବେ କିନ୍ତୁ କୁଛ୍ର ତପସ୍ୟା କରୁଛି।


ହେ ନୀଳ ବରନ

ନୀଳ ନିଳିମାରେ

ଆଉ ଉଡିପାରିବି ନାହିଁ

ତୁମ ନୀଳ ଜ୍ୟୋତ୍ସ୍ନାରେ 

ମୋତେ ହଜେଇ ଦିଅ 

ହେ ନୀଳ କୃଷ୍ଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy