STORYMIRROR

ଦୀପଙ୍କର ଦାସ

Abstract Romance Tragedy

3  

ଦୀପଙ୍କର ଦାସ

Abstract Romance Tragedy

ମୃତ୍ୟୁ

ମୃତ୍ୟୁ

1 min
273

ଦେଖ ଯିଏ ମୋ ଶବରେ ଫୁଲ ଦେଲା

ବାଟରେ କଣ୍ଟା ସେ ବିଛେଇ ଥିଲା

ଯିଏ ଶବ ପାଖରେ କାନ୍ଦୁଛି

ସେ ହିଁ ଜୀବନ ସାରା ମୋତେ କନ୍ଦେଇଛି

ଯିଏ ଏବେ କାନ୍ଧ ଦେବ

କେବେଠୁ ଗୋଇଁଠା ମାରିଛି

ପ୍ରେମ ଖୋଜୁଥିବା ଲୋକଠୁ ମୁଁ ଆଘାତ ପାଇଛି

ଧୋକା ତ ଜୀବନରେ ଅନେକ ପାଇଛି

ନିଜ ଲୋକ ଯେବେ ଧୋକା ଦେଲେ

ନିରୁପାୟ ହେଇ ଶେଷ ଉପାୟ ପାଞ୍ଚିଛି

ଆତ୍ମହତ୍ୟା ବାହାନା,ସମ୍ପର୍କର ଛୁରୀ ମୋତେ ହାଣିଦେଇଛି।

କିଏ କହିଲା ମୃତ୍ୟୁ ଥରେ ହିଁ ହୁଏ

ବେଳେ ବେଳେ ମରି ମରି ବଞ୍ଚିବାକୁ ହୁଏ

ଏହା କି ମୃତ୍ୟୁ ଠାରୁ କମ୍ ନୁହେଁ।

ଦିନେ ଯାଇଥିଲି ପ୍ରେମର ବଗିଚା

ଫୁଲ ଥିଲା ଗୋଲାପର

ବାସ୍ନା କିନ୍ତୁ ତୁମ ଶରୀରର

ଧୀରେ ଧୀରେ ବହୁ ଥିଲା ପବନ

ତାର ଶବ୍ଦ କିନ୍ତୁ ଥିଲା ତୁମ ପାଉଁଜିର

ତୋଳୁ ତୋଳୁ ଆଘାତ ଦେଲା କଣ୍ଟା

ଆଘାତ ବୋଧେ ତୁମ ପ୍ରତାରଣାର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract