ନୈରାଶ୍ୟର ବାଦଲ
ନୈରାଶ୍ୟର ବାଦଲ
ବେଳେ ବେଳେ ଇଚ୍ଛା ହୁଏ
ଏକା ଏକା ବସି କାନ୍ଦି ବାକୁ
ନିଜ ସାଥେ ଅନେକ ଅକୁହା କଥା ଗପିବାକୁ
କିଏ ଶୁଣୁ ବା ନ ଶୁଣୁ
ମନର ଭାବନାକୁ ସଙ୍ଗୀତ ର ରୂପ ଦେବାକୁ
କାହାକୁ ହୁଏତ ଲାଗି ପାରେ ମୁଁ ପାଗଳ
ଅବା ଏହା ହେଉ ମୋର ପାଗଳାମୀ
କିନ୍ତୁ...
ବାସ୍ତବ ଦୁନିଆର କଠୋରତାକୁ ସାମନା କରି କରି
ଥକି ଯାଇଛି ହାରି ଯାଇଛି, ଆଉ ଝୁଣ୍ଟି ପଡିଛି
ଏ ଅସହାୟ ସମୟରେ ନିଜର ବୋଲି କେହି ନାହାଁନ୍ତି
ଆହା ପଦେ କହିବାକୁ
ରକ୍ତାକ୍ତ କ୍ଷତରେ ମରହମ ଲଗାଇବାକୁ
ମାଆଲୋ,ଧନଲୋ କହି,କୋଳେଇ ନେବାକୁ
କିଏ ବା ବୁଝିବ ଅନ୍ତର ବେଦନା
ନୈରାଶ୍ୟ ର ବାଦଲ ମୋତେ କବଳିତ କରିଛି
ଜାଣିନି,
କେବେ କେଉଁଠି କେମିତି
ଏ ସବୁର ଅନ୍ତ ହେବ
ଆଉ ମୁଁ ମୁକ୍ତ ଆକାଶର ବିହଙ୍ଗ ପରି
ଶାନ୍ତିର ନିଶ୍ୱାସ ନେବି
ସେଇ ମୂହୁର୍ତ୍ତର ଅପେକ୍ଷା ରେ ।
