STORYMIRROR

shmitaa mohanty

Inspirational

4  

shmitaa mohanty

Inspirational

ଭାବରେ ଭାବଗ୍ରାହୀ

ଭାବରେ ଭାବଗ୍ରାହୀ

1 min
358

ଜନମ ବେଦୀରେ ଦେଖି ଚକାନୟନ 

ଧନ୍ୟ ହେଇଗଲା ଏଇ ପାପୀ ଜୀବନ

ଆଖିରୁ ଝରିଲା ଲୁହ, ଛାତିରେ ଛାତିଏ କୋହ

ଭାବରେ ଭାବଗ୍ରାହୀ ମୋହିଲେ ମନ

ଧୂପ ଦୀପ ଭୁଲିଗଲି, ନୈବେଦ୍ୟ ଆଣି ନଥିଲି

ଚତୁଃପାର୍ଶ୍ଵ ପାଶୋରିଲି ପାଇ ଦର୍ଶନ।

ଆନନ୍ଦ ବଜାର ଗଲି,ପେଟଭରି ଅବଢ଼ା ଖାଇଲି

ବାସୁଥିଲା ସବୁ ମୋତେ ତୁଳସୀ ଚନ୍ଦନ

ଛଟପଟ ହେଉଥିଲି, ମାଗିବା ଜାଣି ନ ଥିଲି

ସାଆନ୍ତେଙ୍କୁ ଭେଟି ବଢ଼ିଗଲା ସ୍ପନ୍ଦନ

ଠେଲାପେଲା ଚାଲିଥିଲା, ଲୁହ ବି ଶୁଖୁ ନଥିଲା

ଖୁନ୍ଦା ଦରଜ ଲାଗୁଥିଲା ଅମୃତ ସମାନ

ଗହଳି ଭିତରେ ଥାଇ,ହସୁଥିଲେ ଭାବଗ୍ରାହୀ

ବୁଝି ଅବୁଝା ହେଉଥିଲା ମୋ ଅଲୋଡ଼ା ମନ

କି ସୁନ୍ଦର ପ୍ରଭୁ ମୋର, ଝଲସୁ ଥିଲା ଗୁଣ୍ଡିଚା ମନ୍ଦିର

ସଭିଙ୍କୁ ମୋହିଥିଲେ ସେଇ ମୂରଲୀ ମୋହନ

ଯିଏ ଥରେ ଭେଟ ହେଲା,ସେ ସବୁ କିଛି ଭୁଲି ଗଲା

ଜଗନ୍ନାଥ ଜଗନ୍ନାଥ ଦିଶେ ଏ ସାରା ଭୁବନ

କେଡେ ଜାଦୁଗର ସତେ ଦେବକୀ ନନ୍ଦନ

ଧନ୍ୟ ହେଇଗଲା ଏଇ ପାପୀ ଜୀବନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational