STORYMIRROR

shmitaa mohanty

Romance

3  

shmitaa mohanty

Romance

ତୁମେ ଆଉ ମୁଁ

ତୁମେ ଆଉ ମୁଁ

1 min
176


ତୁମେ ଆଉ ମୁଁ ଚାଲିଯିବା ଅନେକ ଦୂରକୁ

ଯେଉଁଠି ନ ଥିବ ପ୍ରତିବନ୍ଧକ

ଆଉ ନ ଥିବ ଟାହି ଟାପରା

ଆମ ଦୁହିଁଙ୍କ ଭିତରେ 

ନ ଥିବ ପାଇବାର ଆବିଳତା

କି ହଜାଇବାର ଅବଶୋଷ

ନ ଥିବ 'ମୁଁ' ଶବ୍ଦ

କେବଳ 'ଆମେ' ଭିତରେ 

କଟିିିଯିବ ଜୀବନ ଯାତ୍ରା

କାହିଁକି ଲୋଡିବା,

କାହାକୁ କହିବା

ଆମ ଦୁହିଁଙ୍କ ଅଦେଖା ପ୍ରେମ

ସତରେ କଣ ଆମେ

ଖୁସି ହୋଇ ରହି ପାରିିିବାନି

ଦୁହେଁ ଦୁହିଁଙ୍କ ପାଇଁ,

ଏକ ମନ ଏକ ପ୍ରାଣ ହୋଇ

ନୂଆ ଇତିହାସ ରଚିବା

ପିଢ଼ି ପରେ ପିଢ଼ି,

ମନେ ପକାଉଥିବେ

ଆମ ଭଲପାଇବାକୁ

ଆମ ବଳିିଦାନକୁ

ଜନ୍ମ ପରେ ଜନ୍ମ

ଏମିତି ଆସୁୁଥିବା

ଏ ଧରାକୁ ତୁମେ ଆଉ ମୁଁ

ଦୁଇଟି ଶରୀର ଆଉ ଗୋଟାଏ 

ଆତ୍ମା ହୋଇ ରହିବା

ଶହେ ଜନ୍ମ ପାଇଁ ,

ପାଇବା ହରେଇବାର ହିସାବ

ଲୋଡା ନାହିଁ ଆମ ଭଲପାଇବାକୁ

ମୁଁ ତୁୁୁମ ଭିତରେ ଆଉ ତୁମେ ମୋ ଭିତରେ

ବିଲିନ ହୋଇ ଯିବା ,

ପାଇବେନି କେହି ଖୋଜି ଆମକୁ

ତୁୁମେ ଆଉ ମୁଁ ,ମୁଁ ଆଉ ତୁୁମେ

ଏକାନ୍ତରେ ଏକାନ୍ତ ନିଜର ହୋଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance